THE BYAPINI

ଉଦ୍ଧାର ଶ୍ରମିକଙ୍କୁ ୨ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେଲେ ରାଜ୍ୟ ସରକାର

Get real time updates directly on you device, subscribe now.

ଭୁବନେଶ୍ୱର: ଉତ୍ତରକାଶୀ ଟନେଲରୁ ସୁରକ୍ଷିତ ଉଦ୍ଧାର ହୋଇଥିବା ୫ଜଣ ଓଡ଼ିଆ ଶ୍ରମିକଙ୍କ ମଧ୍ୟରୁ  ୪ଜଣ ଶ୍ରମିକ ଓଡ଼ିଶା ଫେରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ୨ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି । ଶ୍ରମ ମନ୍ତ୍ରୀ ଶାରଦା ପ୍ରସାଦ ନାୟକଙ୍କ ଉପସ୍ଥିତିରେ ଏହି ଶ୍ରମିକମାନେ ନିଜ ଘରକୁ ଯିବା ପୂର୍ବରୁ ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ।

ଟନେଲ୍ ଭିତରେ ପ୍ରାୟ ୧୭ଦିନ ବିତାଇଥିବା ଓଡ଼ିଆ ଶ୍ରମିକମାନଙ୍କ ଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କର ସଂଘର୍ଷପୂର୍ଣ୍ଣ ଜୀବନ ସମ୍ପର୍କରେ ଶୁଣିଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଜଣେ ଜଣେ ହିରୋ ବୋଲି କହିଛନ୍ତି । ପ୍ରତିକୂଳ ପରିସ୍ଥିତିରେ ଜୀବନ ସହ ସଂଗ୍ରାମ କରି ବିଜୟୀ ହୋଇଥିବାରୁ ତାହା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ ବୋଲି କହିôଥଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.