THE BYAPINI

ଓଏଏସସ୍ତରରେ ଅଦଳବଦଳ

Get real time updates directly on you device, subscribe now.

ଭୁବନେଶ୍ୱର : ୧୧ ଓଏଏସ ଅଫିସରଙ୍କ ବଦଳି କରିଛନ୍ତି ରାଜ୍ୟ ସରକାର । ୧୧ଜଣ ଓଏଏସ୍ ଅଫିସରଙ୍କୁ ବିଭିନ୍ନ ଜିଲ୍ଲାରେ ଅତିରିକ୍ତ ଉପଜିଲ୍ଲାପାଳ ଭାବେ ନିଯୁକ୍ତି । ଏ ନେଇ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ  ବିଜ୍ଞପ୍ତି ପ୍ରକାଶ ପାଇଛି ।
ତେବେ ପ୍ରକାଶିତ  ବିଜ୍ଞପ୍ତି ଅନୁସାରେ ଓଏଏସ୍‌ ଅଫିସର ସରୋଜ କୁମାର ମିଶ୍ରଙ୍କୁ ପାନପୋଷ ଅତିରିକ୍ତ ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ସେହିପରି ସୁରଜ କୁମାର ପଟ୍ଟନାୟକଙ୍କୁ କୋରାପୁଟ  ଅତିରିକ୍ତ ଉପଜିଲ୍ଲାପାଳ, ଅଶୋକ କୁମାର ଦାସଙ୍କୁ କେନ୍ଦ୍ରାପଡ଼ା ଅତିରିକ୍ତ ଉପଜିଲ୍ଲାପାଳ, ସୁଜାତା ପାତ୍ରଙ୍କୁ  କଟକ ଅତିରିକ୍ତ ଉପଜିଲ୍ଲାପାଳ, ମନୋରମା ଜାଲିଙ୍କୁ ଯାଜପୁର ଅତିରିକ୍ତ ଉପଜିଲ୍ଲାପାଳ, ପୁନମ ବିନିତା ବାଗେଙ୍କୁ କେନ୍ଦୁଝର ଅତିରିକ୍ତ  ଉପଜିଲ୍ଲାପାଳ, କିଶୋର କୁମାର  ପଣ୍ଡାଙ୍କୁ ଆନନ୍ଦପୁର ଅତିରିକ୍ତ ଉପଜିଲ୍ଲାପାଳ, ଗୌରବମୟ ପ୍ରଧାନଙ୍କୁ ବ୍ରହ୍ମପୁର ଅତିରିକ୍ତ ଉପଜିଳ୍ଲାପାଳ ଏବଂ  ନୀତିଶ ତ୍ରିପାଠୀଙ୍କୁ ଭୁବନେଶ୍ୱରର  ଅତିରିକ୍ତ ଉପଜିଲ୍ଲାପାଳ, ପ୍ରକାଶ କୁମାର ଦାସଙ୍କୁ ପଞ୍ଚପୀଢ଼ ଅତିରିକ୍ତ ଉପଜିଲ୍ଲାପାଳ ଏବଂ ବିଶ୍ୱରଞ୍ଜନ କରଙ୍କୁ  ଭଞ୍ଜନଗର ଅତିରିକ୍ତ ଉପଜିଲ୍ଲାପାଳ  ଭାବେ ବଦଳି ହୋଇଛି।

Get real time updates directly on you device, subscribe now.

Leave A Reply

Your email address will not be published.