THE BYAPINI

୩ ରାଜ୍ୟରେ ବିଜେପି ଟପିଲା ମ୍ୟାଜିକ ନମ୍ବର

Get real time updates directly on you device, subscribe now.

ନୂଆଦିଲ୍ଲୀ:  ମଧ୍ୟପ୍ରଦେଶ,ରାଜସ୍ଥାନ, ଛତିଶଗଡ଼ ଓ ତେଲଙ୍ଗାନାର ବିଧାନସଭା ନିର୍ବାଚନ ଫଳାଫଳର ଗଣତିରୁ ଜଣାପଡ଼ିଛି ବିଜେପି ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ମ୍ୟାଜିକ୍‌ ନମ୍ବର ଟପିଛି। ମଧ୍ୟପ୍ରଦେଶରେ ମୋଟ ଆସନ ସଂଖ୍ୟା ୨୩୦ ଥିବାବେଳେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ୍‌ ନମ୍ବର ୧୧୫ ରହିଛି। ବିଜେପି ମଧ୍ୟପ୍ରଦେଶରେ ୧୫୭ ଆସନରେ ଆଗୁଆ ରହିଛି। ସେହିପରି ରାଜସ୍ଥାନରେ ୧୯୯ ଆସନ ଥିବାବେଳେ ସରକାର ଗଠନ ପାଇଁ ଆବଶ୍ୟକ ଆସନ ସଂଖ୍ୟା ୧୦୦ ରହିଛି। ବିଜେପି ରାଜସ୍ଥାନରେ ୧୧୪ ଆସନରେ ଆଗୁଆ ରହିଛି।

ଅପରପକ୍ଷରେ ଛତିଶଗଡ଼ରେ ମଧ୍ୟ ବିଜେପି ମ୍ୟାଜିକ ନମ୍ବର ଟପିଛି। ଛତିଶଗଡ଼ରେ ମୋଟ ୯୦ ଆସନ ମଧ୍ୟରୁ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୪୬ ରହିଛି। ବିଜେପି ଛତିଶଗଡ଼ରେ ୫୦ ସଂଖ୍ୟା ଛୁଇଁଛି।

Get real time updates directly on you device, subscribe now.

Leave A Reply

Your email address will not be published.