THE BYAPINI

କାମାରେଡ୍ଡୀ ଆସନରେ କେସିଆର୍‌ ପଛୁଆ

Get real time updates directly on you device, subscribe now.

ନୂଆଦିଲ୍ଲୀ:  କାମାରେଡ୍ଡୀ ଆସନରେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଓରଫ୍‌ ‘କେସିଆର୍‌’ ରାଜ୍ୟ କଂଗ୍ରେସ ମୁଖ୍ୟ ଏ. ରେବାନାଥ ରେଡ୍ଡୀଙ୍କଠାରୁ ୨୧୦୦ ଭୋଟ୍‌ରେ ପଛୁଆ ଥିବା କଥା ଅପରାହ୍ଣ ୧୨.୫୫ ସୁଦ୍ଧା ହୋଇଥିବା ଗଣନାରୁ ଜଣାପଡ଼ିଛି।
ଦୁଇଟି ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା ‘ଭାରତ ରାଷ୍ଟ୍ର ସମିତି’ (ବିଆର୍‌ଏସ୍‌) ମୁଖ୍ୟ ‘କେସିଆର୍‌’ ଗଜବେଲ୍‌ ଆସନରେ ‘ବିଜେପି’ ପ୍ରାର୍ଥୀ ଇଆତାଲା ରାଜେନ୍ଦ୍ରଙ୍କଠାରୁ ୩,୦୦୦ ଖଣ୍ଡ ଭୋଟ୍‌ରେ ଆଗୁଆ ଅଛନ୍ତି। ତୃତୀୟ ସ୍ଥାନରେ ଅଛନ୍ତି କଂଗ୍ରେସର ତୂମକୁନ୍ତ ନର୍ସା ରେଡ୍ଡୀ।

କାମାରେଡ୍ଡୀ ଆସନରେ ‘ବିଜେପି’ର କୈପାଲ୍ଲୀ ଭେଙ୍କଟ ରମନା ରେଡ୍ଡୀ ତୃତୀୟ ସ୍ଥାନରେ ଅଛନ୍ତି। ସେହିପରି, ‘ବିଜେପି’ର ବନ୍ଦି ସଞ୍ଜୟ କୁମାର କରିମନଗର ନିର୍ବାଚନ ମଣ୍ଡଳୀରେ ‘ବିଆର୍‌ଏସ୍‌’ ପ୍ରାର୍ଥୀ ଗଙ୍ଗୁଳା କମଳାକରଙ୍କଠାରୁ ୨,୨୦୦ ଭୋଟ୍‌ରେ ପଛୁଆ ଥିବା କଥା ୬ଷ୍ଠ ପର୍ୟ୍ୟାୟ ଭୋଟ୍‌ ଗଣନାରୁ ଜଣାପଡ଼ିଛି।

ସାମ୍ପ୍ରତିକ ଟ୍ରେଣ୍ଡ୍‌ରୁ ଜଣାପଡ଼ିଛି ଯେ, ୧୧୯ ସଦସ୍ୟବିଶିଷ୍ଟ ବିଧାନସଭାରେ କଂଗ୍ରେସ ୭୦ ଆସନରେ ଅଗ୍ରଣୀ ଥିବା ବ‌େଳେ ‘ବିଆର୍‌ଏସ୍‌’ ୩୬ଟି ଆସନରେ ଅଗ୍ରଣୀ ରହିଛି।

Get real time updates directly on you device, subscribe now.

Leave A Reply

Your email address will not be published.