ଦଳିଦେଲା ଦନ୍ତା, ୨ ଚାଷୀ ମୃତ
ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନ ବିଭାଗ ଅଧିନ ପାରିଓରଡ଼ ପଞ୍ଚାୟତ ବ୍ରଜଗୋପିକାଧାନ ନିକଟରେ ଦନ୍ତାହାତୀର ପାଦ ତଳେ ଦୁଇ ଜଣ ଚାଷୀଙ୍କ ଜୀବନ ଯାଇଛି । ମୃତକ ନାମ କୃଷ୍ଣଚନ୍ଦ୍ର ପ୍ରଧାନ ଏବଂ ଲକ୍ଷ୍ମୀଧର ବେହେରା ବୋଲି ଜଣାପଡିଛି ।
ରବିବାର ଦିନ ବିଳମ୍ବିତ ରାତିରେ ଓରଡ ଗାଁର କୃଷ୍ଣଚନ୍ଦ୍ର ପ୍ରଧାନ ଏବଂ ବରିକୋ ଗାଁର ଲକ୍ଷ୍ମୀଧର ବେହେରା ଚାଷ ଜମିକୁ ଯାଇଥିଲେ । ସମ୍ଭାବ୍ୟ ବାତ୍ୟା ପୂର୍ବରୁ ଧାନ ଫସଲକୁ ସୁରକ୍ଷା ଦେବା ଏବଂ ହାତୀକୁ ଘଉଡାଇବା ପାଇଁ ଉଭୟ ବିଲକୁ ଯାଇଥିଲେ । କିନ୍ତୁ ଏହି ସମୟରେ ଉଭୟ ଦନ୍ତା ହାତୀ ହାବୁଡ଼ରେ ପଡିଯାଇଥିଲେ । ଯାହାଫଳରେ ଉଭୟଙ୍କୁ ହାତୀ ପାଦ ତଳେ ଦଳିଦେଇଥିଲା ।