THE BYAPINI

ଏୟାରକାଫ୍ଟ ଦୁର୍ଘଟଣା: ୨ ପାଇଲଟ ମୃତ

Get real time updates directly on you device, subscribe now.

ହାଇଦ୍ରାବାଦ : ସୋମବାର ତେଲଙ୍ଗାନାରେ ଏକ ବାୟୁସେନା  ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଦୁଇ ପାଇଲଟଙ୍କ ମୃତ୍ୟୁ ଘଟିଛି। ସକାଳ ୮ଟା ୫୫ରେ ଏହି ଦୁର୍ଘଟଣା ଘଟିଛି। ଭାରତୀୟ ବାୟୁସେନା ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛି। ବାୟୁସେନା କହିଛି ରୁଟିନ ଟ୍ରେନିଂ ସମୟରେ ପିସି -୭ ଏମକେ ୨ ବିମାନରେ ଏକ ଦୁର୍ଘଟଣା ଘଟିଥିଲା ଯେଉଁଥିରେ ଦୁଇଜଣ ପାଇଲଟ ବିମାନରେ ଥିଲେ। ଉଭୟେ ଗୁରୁତର ଆହତ ହୋଇଥିଲେ। ପରେ ସେମାନଙ୍କର ମୃତ୍ୟୁ ଘଟିଛି। ତେବେ ଏଥିରେ କୌଣସି ସାଧାରଣ ନାଗରିକଙ୍କର କିଛି କ୍ଷୟକ୍ଷତି ହୋଇ ନାହିଁ।

Get real time updates directly on you device, subscribe now.

Leave A Reply

Your email address will not be published.