ଭୁବନେଶ୍ବର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ପ୍ରଥମ ଓଡ଼ିଆ ଆନିମେସନ୍ ସିରିଜ୍ ତିଆରି କରାଯାଇଛି। ‘ଜୟ ଜଗନ୍ନାଥ’ ନାଁରେ ନାମିତ ଏହି ବିବିଧ ବିଭାଗର ସିରିଜ୍ ବିଶେଷ କରି ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ। ଏହି ସିରିଜ୍ ପାରିବାରିକ ଏଣ୍ଟରଟେନମେଣ୍ଟ ଭିତ୍ତିକ ହୋଇଥିବାବେଳେ, ଏଥିରେ ଆକ୍ସନ୍, ହାସ୍ୟରସ ଭରି ରହିଛି। ଏହାସହ ଦୈବୀଶକ୍ତି, ବନ୍ଧୁତାର ସୌନ୍ଦର୍ଯ୍ୟ ଏବଂ ଭାରତର ସାଂସ୍କୃତିକ ଐତିହ୍ୟ କଥା ବି ସିରିଜ୍ରେ ରହିଛି। ବିଶେଷକରି ପିଲାମାନଙ୍କୁ ଏହି ସିରିଜ୍ ଖୁବ୍ ଭଲ ଲାଗିବ ବୋଲି ନିର୍ମାଣକାରୀ ସଂସ୍ଥା ଟୁନ୍ଜ ମିଡିଆ ଗ୍ରୁପର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପି ଜୟକୁମାର ଏବଂ ଏଲି ଆନିମେସନ୍ସ ପ୍ରାଇଭେଟ୍ ଲିମିଟେଡ୍ର ନିର୍ଦ୍ଦେଶକ ଦୁର୍ଗା ପ୍ରସାଦ ଦଳାଇ କହିଛନ୍ତି।