THE BYAPINI

ଭୁବନେଶ୍ୱର ଏବଂ ଜଟଣୀରେ ଭୂମିହୀନଙ୍କୁ ସ୍ଥାୟୀ ପଟ୍ଟା! ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୧୦ ପ୍ରସ୍ତାବକୁ ମଞ୍ଜୁରୀ

Get real time updates directly on you device, subscribe now.

ଭୁବନେଶ୍ୱର – ମଙ୍ଗଳବାରେ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ବୈଠକରେ ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଭୁବନେଶ୍ୱର ଏବଂ ଜଟଣୀରେ ଲିଜ୍‌ ଆକାରରେ ଜମି ନେଇଥିବା ଭୂମିହୀନଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରାଯିବ। ଗୋପାଳପୁରରେ ଶିଳ୍ପ କରିଡର ପ୍ରତିଷ୍ଠା ପାଇଁ ଏଥିରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହା ସହ ଚୌଦ୍ୱାର ଓ ସମ୍ବଲପୁରରେ ୱେଲ୍ସସ୍ପୁନ ପ୍ରକଳ୍ପ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରାଯାଇଛି । ଖାଦ୍ୟ ପ୍ରକ୍ରିୟାକରଣ ନୀତି ଏବଂ ଏମ୍‌ଏସ୍‌ଏମ୍‌ଇ ନୀତିରେ ସଂଶୋଧନ ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପରିବହନ ବିଘାର ମୋଟର ଯାନ ବକେୟା କର ଏବଂଜରିମାନାକୁ ଏକାଥରକେ ପରିଶୋଧକୁ କ୍ୟାବିନେଟ ମଞ୍ଜୁର ପ୍ରଦାନ କରିଛନ୍ତି । ସମାଜିକ ସୁରକ୍ଷା କ୍ୟାଡରରେ ସଂଶୋଧନ, କଟକ ମାଧ୍ୟମିକ ବୋର୍ଡ ବିଦ୍ୟାଳୟକୁ ସରକାରୀ ବିଦ୍ୟାଳୟର ମାନ୍ୟତା, ଓଡିଶା ଦେଓ୍ୱାନୀ ଅଦାଲତରେ କିରାଣୀ ନିଯୁକ୍ତି ସର୍ତ୍ତାବଳୀ ସଂଶୋଧନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.