THE BYAPINI

ସବୁ ଶନିବାର ବ୍ୟାଙ୍କ ଛୁଟି ଘୋଷଣା ଉପରେ ନିଷ୍ପତ୍ତି ନେଇପାରନ୍ତି କେନ୍ଦ୍ର ସରକାର

Get real time updates directly on you device, subscribe now.

ନୂଆଦିଲ୍ଲୀ : ରାଷ୍ଟ୍ରାୟତ୍ତ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଖୁବଶୀଘ୍ର ଆସୁଛି ଏକ ବଡ଼ ଖୁସି ଖବର। ଏଣିକି ସପ୍ତାହରେ ଦୁଇ ଦିନ ବନ୍ଦ ରହିବ ବ୍ୟାଙ୍କ। କେନ୍ଦ୍ର ସରକାର ସବୁ ଶନିବାର ବ୍ୟାଙ୍କ ଛୁଟି ଘୋଷଣା ଉପରେ ନିଷ୍ପତ୍ତି ନେଇପାରନ୍ତି। ଉଲ୍ଲେଖଯୋଗ୍ୟ ଯେ ବ୍ୟାଙ୍କରେ ସପ୍ତାହରେ ୫ ଦିନ କାର୍ୟ୍ୟଦିବସ ପ୍ରସ୍ତାବ ସରକାରଙ୍କ ପାଖରେ ରହିଛି। ଏ ନେଇ ରାଜ୍ୟସଭା ସାଂସଦ ସୁମିତ୍ରା ବାଲ୍ମୀକ ଗୃହରେ ଅର୍ଥ ମନ୍ତ୍ରାଳୟକୁ ପ୍ରଶ୍ନ କରିଛନ୍ତି। ଏହାର ଜବାବରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଡା.କରାଦ୍‌ ସ୍ୱୀକାର କରିଛନ୍ତି ଯେ ସପ୍ତାହରେ ୫ କାର୍ୟ୍ୟଦିବସ ପ୍ରସ୍ତାବ ସରକାରଙ୍କ ନିକଟରେ ପହଞ୍ଚିଛି।

ସଂସଦର ଶୀତକାଳୀନ ଅଧିବେଶନରେ ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ଭାରତୀୟ ବ୍ୟାଙ୍କ ସଂଘ(ଆଇବିଏ) ପକ୍ଷରୁ ବ୍ୟାଙ୍କରେ ସବୁ ଶନିବାର ଛୁଟି ଘୋଷଣା କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ ଆଇବିଏ ହେଉଛି ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ପରିଚାଳନା ପ୍ରତିଷ୍ଠାନ। ସାଂସଦ ପ୍ରଶ୍ନ କରିଥିଲେ ଯେ ବ୍ୟାଙ୍କରେ ୫ କାର୍ୟ୍ୟ ଦିବସ ଯୋଜନା ଲାଗୁ କରିବା ଉପରେ ବ୍ୟାଙ୍କ ସଂଘ ପକ୍ଷରୁ କୌଣସି ଦାବି କରାଯାଇଛି କି ? ଏହାକୁ ଲାଗୁ କରିବା ନେଇ କେନ୍ଦ୍ର ସରକାରଙ୍କର କୌଣସି ଯୋଜନା ଅଛି କି ? ଏହାର ଜବାବରେ ମନ୍ତ୍ରୀ ହଁ ବୋଲି କହିଥିଲେ। ଉଲ୍ଲେଖଯୋଗ୍ୟ ଯେ ୨୦୧୫ ଅଗଷ୍ଟ ୨୦ର ଏକ ବିଜ୍ଞପ୍ତିରେ ବ୍ୟାଙ୍କଗୁଡିକରେ ପ୍ରତି ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାର ସାର୍ବଜାନୀନ ଛୁଟି ଘୋଷଣା କରାଯାଇଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.