THE BYAPINI

ଓଡ଼ିଶାରେ ଏବେ ନାହିଁ ପିଏମ ମିତ୍ର ପାର୍କ ସ୍ଥାପନ ଯୋଜନା

Get real time updates directly on you device, subscribe now.

ନୂଆଦିଲ୍ଲୀ:  ଓଡ଼ିଶାରେ ଏବେ ପିଏମ ମିତ୍ର ପାର୍କ ସ୍ଥାପନ ନେଇ ଯୋଜନା ନ ଥିବା ଜଣାପଡିଛି। ଆଜି ଲୋକସଭାରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ଅନ୍ୟମାନଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜରଦୋଶ ଏହା କହିଛନ୍ତି। ଦେଶର ଅନ୍ୟାନ୍ୟ ସ୍ଥାନ ରାଜସ୍ଥାନ, ଗୁଜୁରାଟ, ଉତ୍ତରପ୍ରଦେଶ, ଓଡିଶା, ହରିୟାଣା ଓ ମଧ୍ୟପ୍ରଦେଶରେ ଏଭଳି ପାର୍କ ସ୍ଥାପନ ନେଇ ଯୋଜନା ରହିଥିବା ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ ଶ୍ରୀମତୀ ଜରଦୋଶ କହିଛନ୍ତି, ସରକାର ୭ଟି ପିଏମ ମେଗା ଇଣ୍ଟିଗ୍ରେଟେଡ଼ ରିଜିଅନ ଆଣ୍ଡ ଏପାରେଲ ପାର୍କ ସ୍ଥାପନ ପାଇଁ ଅନୁମତି ଦେଇଛନ୍ତି।

ତାମିଲନାଡୁ, ତେଲେଙ୍ଗାନା, ଗୁଜରାଟ, କର୍ଣ୍ଣାଟକ, ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ରରେ ଏହି ପାର୍କ ସ୍ଥାପନ ହେବ। ପ୍ରସ୍ତାବିତ ୫୪ଟି ଇଣ୍ଟିଗ୍ରେଟେଡ଼ ଟେକ୍ସଟାଇଲ ପାର୍କ ମଧ୍ୟରୁ ୩୦ଟିର କାର୍ୟ୍ୟ ଶେଷ ହୋଇଥିବା ବେଳେ ୨୨ଟିର କାର୍ୟ୍ୟ ଜାରି ରହିଛି।

Get real time updates directly on you device, subscribe now.

Leave A Reply

Your email address will not be published.