THE BYAPINI

ଆଜି ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା

Get real time updates directly on you device, subscribe now.

ଭୁବନେଶ୍ୱର: ରାଜ୍ୟରେ ମୋଟ ଭୋଟର ସଂଖ୍ୟା ୩ କୋଟି ୩୨ ଲକ୍ଷ ୩୬ ହଜାର ୩୬୦ । ପୁରୁଷ ଭୋଟରଙ୍କ ସଂଖ୍ୟା ୧ କୋଟି ୬୮ ଲକ୍ଷ ୫୦ ହଜାର ୯୪୯ଜଣ । ମହିଳା ଭୋଟର ହେଲେ ୧ କୋଟି ୬୩ ଲକ୍ଷ ୮୨ ହଜାର ୩୧ ଜଣ । ତୃତୀୟ ଲିଙ୍ଗ ଭୋଟର ଅଛନ୍ତି ୩୩୮୦ଜଣ । ରାଜ୍ୟରେ ଯୁବ ଭୋଟର (୧୮-୧୯ବର୍ଷ) ଙ୍କ ସଂଖ୍ୟା ୭ ଲକ୍ଷ ୫୪ ହଜାର ୯୪୬, ଯାହାକି ବିଗତ ୫ ବର୍ଷରେ ସର୍ବାଧିକ (୨.୨୭%) ।

ଦିବ୍ୟାଙ୍ଗ ଭୋଟର ଅଛନ୍ତି ୪ ଲକ୍ଷ ୫୭ ହଜାର ୮୨୧ ଜଣ (୧.୩୮%) । ୮୦ ବର୍ଷ ବୟସରୁ ଅଧିକ ବରିଷ୍ଠ ଭୋଟରଙ୍କ ସଂଖ୍ୟା ହେଉଛି ୬ ଲକ୍ଷ ୮୫ ହଜାର ୪୮ (୨.୦୬%) । ୨୦୨୪ ନୂତନ ଭୋଟର ତାଲିକାରେ ମୋଟ ୧୨ ଲକ୍ଷ ୯୭ ହଜାର ୯୫୪ଜଣ ଭୋଟର ଯୋଡ଼ି ହୋଇଛନ୍ତି । ସେଥିରେ ୧୮ରୁ ୧୯ ବର୍ଷ ବୟସର ୪ ଲକ୍ଷ ୭୬ ହଜାର ୯୬୯ଜଣ ଯୁବ ଭୋଟର ନୂଆ ତାଲିକାରେ ସାମିଲ ହୋଇଛନ୍ତି ।ଆଜି ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ।

ଆଗାମୀ ନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସମସ୍ତ ଜାତୀୟ/ ରାଜ୍ୟସ୍ତରୀୟ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ ପ୍ରତିନିଧିଙ୍କୁ ନେଇ ସର୍ବଦଳୀୟ ବୈଠକ କରାଇଛନ୍ତି । ଏହି ବୈଠକରେ ଚୂଡ଼ାନ୍ତ ଭୋଟର ତାଲିକା ସମ୍ପର୍କରେ ତଥ୍ୟ ଦେଇଥିଲେ ଶ୍ରୀ ଧଳ । ନିର୍ବାଚନ ଇସ୍ତାହାର ଘୋଷଣା ସମୟରେ ପ୍ରତ୍ୟେକ ଦଳ ଆଦର୍ଶ ଆଚରଣବିଧି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ବୈଠକରେ ଅବଗତ କରାଯାଇଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.