THE BYAPINI

ଚିଲିକାରେ ୧୧ଲକ୍ଷ ୩୭ ହଜାର ୭୫୯ ବିଦେଶୀ ପକ୍ଷୀ

Get real time updates directly on you device, subscribe now.

ଚିଲିକା: ଚିଲିକାକୁ ବଢ଼ିଲା ବିଦେଶୀ ପକ୍ଷୀଙ୍କ ଆଗମନ। ଚଳିତ ବର୍ଷ ଚିଲିକାକୁ ପ୍ରାୟ ୧୧ଲକ୍ଷ ୩୭ ହଜାର ୭୫୯ ବିଦେଶୀ ପକ୍ଷୀ ଆସିଛନ୍ତି। ଯାହାକି ଚଳିତ ବର୍ଷ ତୁଳନାରେ ୫୮୩୦ରୁ ଅଧିକ। ସେହିଭଳି ଏବର୍ଷ ପ୍ରାୟ ୧୮୭ ପ୍ରଜାତିର ପକ୍ଷୀ ମଧ୍ୟ ଚିଲିକାକୁ ଆସିଛନ୍ତି । ଗତବର୍ଷ ଚିଲିକାକୁ ୧୮୪ ପ୍ରଜାତିର ପକ୍ଷୀ ଆସିଥିବାବେଳେ ସେମାନଙ୍କ ସଂଖ୍ୟା  ୧୧ ଲକ୍ଷ ୩୧ ହଜାର ୯୨୯ ଥିଲା ।

ଗୁରୁବାର ପକ୍ଷୀ ବିଶେଷଜ୍ଞ ତଥା ବମ୍ବେ ନ୍ୟାଚ୍ୟୁରାଲ୍ ହିଷ୍ଟ୍ରି ଅଫ୍ ସୋସାଇଟିର ଉପ-ନିର୍ଦ୍ଦେଶକ ଡା. ସତ୍ୟା ସେଲଭମ୍‌ଙ୍କ ଦ୍ଵାରା ଏହି ପକ୍ଷୀ ଗଣନାର ଫଳାଫଳ ରିପୋର୍ଟ ଘୋଷଣା କରାଯାଇଛି। ଏନେଇ ଚିଲିକା ବନ୍ୟପ୍ରାଣୀ ଡିଭିଜନ , ବାଲୁଗାଁ ପକ୍ଷରୁ ପ୍ରେସ୍ ରିଲିଜ୍‌ ମାଧ୍ୟମରେ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ଚଳିତ ବର୍ଷ ପକ୍ଷୀଙ୍କ ଗଣନା ପାଇଁ ଚିଲିକା ବନ୍ୟପ୍ରାଣୀ ଡିଭିଜନ, ବାଲୁଗାଁ  ଅଧିନରେ ଥିବା ୫ଟି ରେଞ୍ଜ (ଚିଲିକା , ସାତପଡ଼ା , ରମ୍ଭା , ନୂଆପଡା , ଟାଙ୍ଗୀ ) ରେ ସର୍ବମୋଟ ୨୧ଟି ଟିମ୍‌ରେ ୧୨୦ରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.