THE BYAPINI

ଏକ ନମ୍ବର ଧନୀ ତାଲିକାକୁ ଫେରିଲେ ଗୌତମ ଆଦାନୀ

Get real time updates directly on you device, subscribe now.

ନୂଆଦିଲ୍ଲୀ:ପୁଣି ଭାରତର ଏକ ନମ୍ବର ଧନୀ ତାଲିକାକୁ ଫେରିଛନ୍ତି ଗୌତମ ଆଦାନି। ହିଣ୍ଡେନବର୍ଗ ରିପୋର୍ଟ ପରେ ଦୋହଲି ଯାଇଥିବା ଆଦାନି ସାମ୍ରାଜ୍ୟ ପୁଣିଥରେ ଶକ୍ତି ଯୋଗାଡ଼ କରି ଆଗକୁ ବଢିଛି। ଏହା ସହିତ ଗୌତମ ଆଦାନି ରିଲାଏନ୍ସ ଇଣ୍ଡଷ୍ଟ୍ରିର ମାଲିକ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଭାରତ ଏବଂ ଏସିଆର ଏକ ନମ୍ବର ଧନୀ ତାଲିକାରେ ପ୍ରଥମ ସ୍ଥାନ ଦଖଲ କରିଛନ୍ତି। ଏଥିସହ ଆଦାନି ବିଶ୍ୱ ଧନୀ ତାଲିକାରେ ମଧ୍ୟ ଲମ୍ବା ଡିଆଁ ମାରି ୧୨ ନମ୍ବର ତାଲିକାରେ ପହଞ୍ଚିଛନ୍ତି ଏବଂ ତାଙ୍କ ପଛକୁ ମୁକେଶ ଅମ୍ବାନୀ ୧୩ତମ ସ୍ଥାନରେ ରହିଛନ୍ତି।

ଏହା ପୂର୍ବରୁ ଡିସେମ୍ବର ୨୦୨୩ରେ ମୁକେଶ ବିଶ୍ୱ ଧନୀ ତାଲିକାରେ ୧୪ତମ ସ୍ଥାନକୁ ଉଠିଥିବା ବେଳେ ଆଦାନି ୧୫ତମ ସ୍ଥାନରେ ରହିଥିଲେ। ବର୍ତମାନ ଆଦାନିଙ୍କ ମୋଟ ସମ୍ପତ୍ତି ୯୭.୬ ବିଲିୟନ ଆମେରିକୀୟ ଡଲାର ରହିଛି, ଯାହା ଗତ ବର୍ଷ ସମାନ ସମୟରେ ୧୩.୩ ବିଲିୟନ ଡଲାର ଥିଲା।

Get real time updates directly on you device, subscribe now.

Leave A Reply

Your email address will not be published.