THE BYAPINI

ଦିଲ୍ଲୀରେ ଝଲସିବ ଓଡ଼ିଶାର ପ୍ରଜ୍ଞାପନ ମେଢ

Get real time updates directly on you device, subscribe now.

ଭୁବନେଶ୍ୱର: ଦିଲ୍ଲୀରେ ଝଲସିବ ଓଡ଼ିଶା ପ୍ରଜ୍ଞାପନ ମେଢ। ଗଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀ କର୍ତ୍ତବ୍ୟପଥରେ ୩ ବର୍ଷ ପରେ ଏଥର ଓଡ଼ିଶା ପ୍ରଜ୍ଞାପନ ମେଢ଼ ଦେଖିବାକୁ ମିଳିବ। ସାଧାରଣତନ୍ତ୍ର ଦିବସ ପରେଡରେ ସ୍ଥାନ ପାଇଛି ଓଡ଼ିଆ ଶିଳ୍ପୀଙ୍କ ଦ୍ୱାରା ନିର୍ମିତ ଚିତାକର୍ଷକ ପ୍ରଜ୍ଞାପନ ମେଢ଼। ଓଡ଼ିଶାର ପ୍ରଜ୍ଞାପନ ମେଢ଼ ମଡେଲ ମନୋନୀତ ହୋଇଥିବା ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଚିଠି ମିଳିଛି। ୧୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସହ ଓଡ଼ିଶାର ମଡେଲ ଚୂଡ଼ାନ୍ତ ହୋଇଥିବା ଏବଂ ଏ ସଂପର୍କୀତ ଗାଇଡଲାଇନ ନେଇ ଚିଠିରେ ଉଲ୍ଲେଖ ରହିଛି। ଚଳିତ ବର୍ଷ ଓଡ଼ିଶା ପକ୍ଷରୁ ରଘୁରାଜପୁର ଶିଳ୍ପୀଗ୍ରାମ ଓ ମହିଳା ସଶକ୍ତୀକରଣ ମଡେଲ ପଠାଯାଇଥିଲା। ଏନେଇ ଏକ ସୁନ୍ଦର ଡିଜାଇନ୍ ପଠାଇଥିଲେ ଶିଳ୍ପୀ କୀର୍ତ୍ତି କିଶୋର ମହାରଣା। ବିଶିଷ୍ଟ ଚିତ୍ରଶିଳ୍ପୀ ଗଜେନ୍ଦ୍ର ସାହୁଙ୍କ ତତ୍ତ୍ୱବଧାନରେ ଏହି ମଡେଲ୍ ପ୍ରସ୍ତୁତ ହୋଇଛି।

Get real time updates directly on you device, subscribe now.

Leave A Reply

Your email address will not be published.