THE BYAPINI

ସୁନ୍ଦରଗଡ଼କୁ ୯୭୦ କୋଟିର ଭେଟି

Get real time updates directly on you device, subscribe now.

ରାଇରକେଲା: ସୁନ୍ଦରଗଡ଼କୁ ରାଜ୍ୟ ସରକାରଙ୍କ ୯୭୦ କୋଟିର ପ୍ୟାକେଜ । ଜିଲ୍ଲାର ବିଭିନ୍ନ ଉନ୍ନତିମୂଳକ କାର୍ୟ୍ୟ ଲାଗି ରାଜ୍ୟ ସରକାର ଦେଇଛନ୍ତି ୯୭୦ କୋଟି ଟଙ୍କାର ଅନୁଦାନ । ବର୍ତ୍ତମାନ ନୂଆ ଭାବରେ ସୁନ୍ଦରଗଡ଼ ଜିଲ୍ଲାର ଉନ୍ନତି କରଣ ପାଇଁ ରାଜ୍ୟ ସରକାରଙ୍କ ଭେଟି । ନିର୍ବାଚନ ପୂର୍ବରୁ ସୁନ୍ଦରଗଡ଼ରେ ବର୍ତ୍ତମାନ ଯାଏ ୯୭୦ କୋଟିର ବହୁଳ ଅନୁଦାନ । ଗତ ୮ମାସେ ମଧ୍ୟରେ ସୁନ୍ଦରଗଡ଼ ଜିଲାକୁ ୯୭୦ କୋଟି ଟଙ୍କାର ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ଭେଟି ଦେଇଥିବା ସୂଚନା ଦେଇଛନ୍ତି ୫ଟି ଅଧ୍ୟକ୍ଷ ଭିକେ ପଣ୍ଡିଆନ ।
ପୂର୍ବରୁ ଗତବର୍ଷ ମାର୍ଚ୍ଚ ୧୨ ତାରିଖରେ ପାଣ୍ଡିଆନ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ କରି ଲୋକଙ୍କ ଆପତ୍ତି, ଅଭିଯୋଗ ଓ ଦାବି ସମ୍ବଳିତ ଦରଖାସ୍ତ ଗ୍ରହଣ କରିଥିଲେ । ଏହି ସବୁ ଦରଖାସ୍ତ ଆଧାରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର କରିଛନ୍ତି । ଚଳିତଥର ଗସ୍ତ ସମୟ ପରେ ଲୋକମାନଙ୍କଠାରୁ ଦରଖାସ୍ତ ନେଇଛନ୍ତି ପାଣ୍ଡିଆନ୍ । ଦେଉଥିବା ଦରଖାସ୍ତ ସମ୍ପର୍କରେ ସମ୍ପୃକ୍ତ ଜିଲ୍ଲା ପ୍ରଶାସନଠାରୁ ଲୋକେ ପ୍ରତି ଉତ୍ତର ପାଇବେ। ଦରଖାସ୍ତରେ ଥ‌ିବା ସମସ୍ୟାର କେବେ ସମାଧାନ ହେବ । ଯଦି ସମାଧାନ ହୋଇପାରିବ ନାହିଁ ତାହା ହେଲେ କାହିଁକି ସମାଧାନ ହୋଇପାରିବ ନାହିଁ, ସେ ସମ୍ପର୍କରେ ମଧ୍ୟ ସୂଚନା ପ୍ରତି ଉତ୍ତରରେ ରହିବ।
ସୁନ୍ଦରଗଡ଼ ଜିଲ୍ଲାର ପାଞ୍ଚ ବିଧାନସଭା ନିର୍ବାଚନ ମଣ୍ଡଳୀ ସୁନ୍ଦରଗଡ଼, ରାଜଗାଙ୍ଗପୁର, ବୀରମିତ୍ରପୁରର, ନୂଆଗାଁ ଏବଂ ବଣାଇରେ ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟର ସମୀକ୍ଷା କରିବା ସହ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି ପାଣ୍ଡିଆନ । ଦରଖାସ୍ତ ଗ୍ରହଣ ବେଳେ ପାଣିଆଣ୍ଡ କହିଛନ୍ତି, ଗତ ମାର୍ଚ୍ଚ ୧୨ ତାରିଖରେ ଆସିଥିବାବେଳେ ସେ ଯେଉଁସବୁ ଦରଖାସ୍ତ ସଂଗ୍ରହ କରିଥିଲେ, ତା ଭିତରୁ ୯୦ ପ୍ରତିଶତ ପୂରଣ ହୋଇସାରିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିଛନ୍ତି । ଭଲ କାମ କଲେ ପରବର୍ତ୍ତୀ ପର୍ୟ୍ୟାୟ ଅନୁଦାନ ମିଳିବାରେ ଅସୁବିଧା ରହିବ ନାହିଁ । ମନ୍ଦିର, ମସଜିଦ, ଚର୍ଜ, କମ୍ୟୁନିଟି ସେଣ୍ଟର, ଚାଷୀଙ୍କ ସମସ୍ୟା ଓ ରୂପାନ୍ତରଣ, ୧୦ ଦିନ ଭିତରେ ହେବ ବୋଲି ପାଣ୍ଡିଆନ ପ୍ରତିଶ୍ରୁତି ଦେଇଛନ୍ତି ।
ପାଣ୍ଡିଆନ କହିଛନ୍ତି, ” ଏ ସରକାର ଲୋକଙ୍କର । ଲୋକେ ଯାହା ଚାହିଁବେ ତାହା ହିଁ ହେବ।” ଗସ୍ତର ଦ୍ଵିତୀୟ ଦିନରେ ପ୍ରଥମେ ସୁନ୍ଦରଗଡ଼ର ସମଲେଇ ମନ୍ଦିରରେ ପହଞ୍ଚି ମା’ ସମଲେଇଙ୍କ ଦର୍ଶନ ସହ ଆଳତି କରିଥିଲେ । ସମଲେଇ ମନ୍ଦିର ସମେତ ରାଉରକେଲା ବେଦବ୍ୟାସ ମନ୍ଦିର, ଶିବ ମନ୍ଦିର ଓ ବେଲସରା ଶିବମନ୍ଦିର ରୂପାନ୍ତରଣର ସମୀକ୍ଷା କରିଥିଲେ । ରାଜଗାଙ୍ଗପୁରରେ ଆୟୋଜିତ କାର୍ୟ୍ୟକ୍ରମରେ ରେଲୱେ ଓଭର‌ବ୍ରିଜରୁ ମନ୍ଦିର ରୂପାନ୍ତରଣ ପର୍ୟ୍ୟନ୍ତ ବିଭିନ୍ନ ବିକାଶମୂଳକ କାମର ହିସାବ ଦେଇଥିଲେ । ରାଜଗାଙ୍ଗପୁରରେ ରେଲୱେ ଓଭରବ୍ରିଜ ପାଇଁ ଦୀର୍ଘଦିନରୁ ଦାବି ହୋଇ ଆସୁଥିଲା । ୧୫ ବର୍ଷ ହେଲା କାମ ପଡ଼ି ରହିଥିଲା । ଲୋକେ ଦାବି କରିବା ପରେ ଏଥିପାଇଁ ୪୮ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିବା ସହ ବର୍ତ୍ତମାନ କାମ ଚାଲିଛି ।
ରାଜଗାଙ୍ଗପୁର ନିର୍ବାଚନମଣ୍ଡଳୀ ପାଇଁ ମୁଖ୍ୟମନ୍ତ୍ରୀ ଶହେ କୋଟିରୁ ଅଧିକ ଟଙ୍କା ମଞ୍ଜୁର କରିଛନ୍ତି । ନୂଆଗାଁରେ ଆୟୋଜିତ ସାଧାରଣ ସଭାରେ ପାଣ୍ଡିଆନ କହିଛନ୍ତି, ବୀରମିତ୍ରପୁର ପାଇଁ ମୁଖ୍ୟମନ୍ତ୍ରୀ ଖୁସି ଖବର ଦେଇଛନ୍ତି । ନୂଆଗାଁ ଓ କୁଆଁରମୁଣ୍ଡା ବ୍ଲକରେ ଦୁଇଟି ସରକାରୀ ଡିଗ୍ରୀ କଲେଜ ଖୋଲିବାକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ଦେଇଛନ୍ତି । ଗୁରୁଣ୍ଡିଆ ବ୍ଲକ୍‌ରେ ଗୋଟିଏ ନୂଆ ସରକାରୀ ଡିଗ୍ରୀ କଲେଜ ଖୋଲିବାକୁ ଘୋଷଣା କରିଛନ୍ତି । ବଣାଇରେ ଥିବା ସରକାରୀ ହସ୍ପିଟାଲରେ ଖୋଲିବ ସ୍ବତନ୍ତ୍ର ଡାଏଲିସିସ ୟୁନିଟ୍ । ଏଥିପାଇଁ ରାଜ୍ୟ ସରକାର ୧ କୋଟି ୮୧ ଲକ୍ଷ ମଞ୍ଜୁର କରିଥିବା ସେ ସୂଚନା ଦେଇଛନ୍ତି ।
ପାଣ୍ଡିଆନ ଦୁଇଦିନିଆ ସୁନ୍ଦରଗଡ଼ ଗସ୍ତରେ ଯାଇ ଜିଲ୍ଲାର ବିଭିନ୍ନ ନିର୍ବାଚନମଣ୍ଡଳୀରେ ଚାଲିଥିବା ବିକାଶମୂଳକ କାର୍ୟ୍ୟର ସମୀକ୍ଷା କରିଛନ୍ତି । ଏଥିସହିତ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇଥିଲେ । ଫେବୃଆରୀ ମାସରେ ଲକ୍ଷ୍ମୀ ଯୋଜନାରେ ସୁନ୍ଦରଗଡ଼ ଜିଲ୍ଲାରେ ଗାଁରୁ ବ୍ଲକ ଯାଏ ସିଧାସଳଖ ବସ୍ ଚଳାଚଳ କରିବ ବୋଲି କହିଛନ୍ତି ପଣ୍ଡିଆନ।

Get real time updates directly on you device, subscribe now.

Leave A Reply

Your email address will not be published.