THE BYAPINI

ସମ୍ବଲପୁରରେ ଏନକାଉଣ୍ଟର

Get real time updates directly on you device, subscribe now.

ସମ୍ବଲପୁର: ସମ୍ବଲପୁର ପୋଲିସ ଦ୍ଵାରା ଏନକାଉଣ୍ଟରଜ୍ଝ ସଦର ଥାନା କେନଘାଟି ଅଞ୍ଚଳରେ ଶନିବାର ଏନକାଉଣ୍ଟର ହୋଇଛି।  ଏଥିରେ ଜ୍ୟାକବ ରାଜ୍ ନାମକ ଜଣେ ଅଭିଯୁକ୍ତ ଆହତ ହୋଇ ବୁର୍ଲାରେ ଚିକିତ୍ସିତ ହେଉଛି ।  ଅଭିଯୁକ୍ତ ଓ ସହଯୋଗୀ ଡକାୟତି କରିଥିବାବେଳେ ପୋଲିସ ଧରିବାକୁ ଯାଇଥିବା ସମୟରେ ଏହି ଘଟଣା ଘଟିଛି। ପାଲଟା ଫାୟାରିଙ୍ଗ କରିବାକୁ ଚେଷ୍ଟା କରିବାରୁ ପୋଲିସ ଗୁଳିରେ ଜ୍ୟାକବ ଆହତ ହୋଇଛି । 

ଏହି ଘଟଣାରେ ସମୁଦାୟ ୧୨ ଜଣ ଗିରଫ ହୋଇଥିବା ସମ୍ବଲପୁର ଏସପି କହିଛନ୍ତି।  ପୋଲିସ ଅଭିଯୁକ୍ତଙ୍କଠାରୁ ୨ଟି ପିସ୍ତଲ, ୨ଟି ଭୁଜାଲି, ୪ଟି ଛୁରୀ, ୩ ଲକ୍ଷ ୨୦ ହଜାର ଟଙ୍କା ଜବତ କରିଛି ।   ସୂଚନା ଅନୁସାରେ ଅଭିଯୁକ୍ତମାନେ ଅଫତାବ୍ ଆଲମଙ୍କ ଘରେ ଡକାୟତି କରି ଫେରାର ମାରୁଥିଲେ।   ତେବେ ପୋଲିସ ଧରିବାକୁ ଯାଇଥିବାବେଳେ ଅଭିଯୁକ୍ତମାନେ ଗୋଟିଏ ରାଉଣ୍ଡ ଗୁଳି କରିଥିଲେ ।   ତେବେ ପୋଲିସର ପାଲଟା ଗୁଳିରେ ଅଭିଯୁକ୍ତ ଜ୍ୟାକବ ରାଜ୍ ଆହତ ହୋଇ ବୁର୍ଲା ସ୍ଥାନାନ୍ତର ହୋଇଛି। ଜ୍ୟାକର ଗୋଡରେ ଗୁଳି ବାଜିଥିବା ବେଳେ ତାର ଚିକିତ୍ସା ଚାଲିଛି। 

Get real time updates directly on you device, subscribe now.

Leave A Reply

Your email address will not be published.