THE BYAPINI

ଡ୍ରାଇଭର ସଂଘର ଆନ୍ଦୋଳନ ସ୍ଥଗିତ

Get real time updates directly on you device, subscribe now.

ଭୁବନେଶ୍ଵର: ଡ୍ରାଇଭରଙ୍କ ଆନ୍ଦୋଳନ ସ୍ଥଗିତକୁ ନେଇ  ଲାଗି ରହିଥିବା ଦ୍ଵନ୍ଦ୍ଵ ଦୂର ହୋଇଛି। ସରକାରଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିବାକୁ ଆହ୍ଵାନ କଲେ ରାଜ୍ୟ ଡ୍ରାଇଭର ମହାସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି। ଏ ନେଇ ଶନିବାର ସନ୍ଧ୍ୟାରେ ସେ ଏକ ଭିଡିଓ  ଜାରି କରି ଷ୍ଟିୟରିଂ ଛାଡ଼ ଆନ୍ଦୋଳନରୁ ଓହରିବାକୁ ଆହ୍ଵାନ ଦେଇଛନ୍ତି।  ସେ କହିଛନ୍ତି ରାଜ୍ୟ ସରକାର ଆମ ଦାବି ଶୁଣୁଛନ୍ତି। ତେଣୁ ଆନ୍ଦୋଳନରୁ ଓହରିବାକୁ ମୁଁ ଆହ୍ଵାନ କରୁଛି। ତାଙ୍କର ଆହ୍ଵାନ ପରେ ପରେ ଡ୍ରାଇଭର ସଂଘ କୋଷାଧ୍ୟକ୍ଷ ଆଦିତ୍ୟ ବେହେରା ଆନ୍ଦୋଳନ ସ୍ଥଗିତ ନେଇ ସୂଚନା ଦେଇଛନ୍ତି। ଫଳରେ ଆସନ୍ତକାଲିଠୁ ସାରା ରାଜ୍ୟରେ ପରିବହନ ସେବା ସ୍ଵାଭାବିକ ହେବ।
ମେଣ୍ଡୁଲି କହିଛନ୍ତି, ସୋମବାର କେନ୍ଦ୍ର ଆଇନ ବିଷୟରେ ଆଲୋଚନା କରାଯିବ। ଅନ୍ୟ ୨୮ ରାଜ୍ୟ ଆନ୍ଦୋଳନରେ ସାମିଲ୍ ନ ଥିବାରୁ ଆନ୍ଦୋଳନରୁ ଓହରିବାକୁ ନିଷ୍ପତ୍ତି ନେଇଛୁ। ଦରକାର ପଡ଼ିଲେ କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନ କରିବା। ସମସ୍ତ ୨୮ ରାଜ୍ୟ ବାହାରିଲେ ଆମେ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବୁ। କିନ୍ତୁ ବର୍ତ୍ତମାନ ଓଡ଼ିଶା ସରକାରଙ୍କ ପାଖରେ ଥିବା ଆମର ଦାବି ପାଖାପାଖି ପୂରଣ ହୋଇଥିବା ପ୍ରଶାନ୍ତ ମେଣ୍ଡୁଲି କହିଛନ୍ତି। ଡ୍ରାଇଭର ସଂଘ କୋଷାଧ୍ୟକ୍ଷ ଆଦିତ୍ୟ ବେହେରା କହିଛନ୍ତି, ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ସଂଘ ଓହରିଛି।

Get real time updates directly on you device, subscribe now.

Leave A Reply

Your email address will not be published.