THE BYAPINI

କମିଲା ସୁନା ଓ ରୂପା ଦାମ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଗହଣା ବଜାରରେ ସୁନା ଓ ରୂପା ଦର ଶନିବାରରେ ହ୍ରାସ ପାଇଛି । ଜାନୁଆରୀ ୬ ତାରିଖରେ ସୁନା ଏବଂ ରୂପା ଦର ହ୍ରସ ପାଇଥିବା ସୂଚନା ମିଳିଛି ।

୨୨ କ୍ୟାରେଟ ସୁନା ଦର ପ୍ରତି ୧୦ ଗ୍ରାମ ହ୍ରାସ ପାଇ ୫୮,୧୫୦ ଟଙ୍କାରେ ପହଞ୍ଚିଛି । ସେହିପରି ୨୪ କ୍ୟାରେଟ ସୁନାଦର ହ୍ରାସ ପାଇ ୬୩,୩୪୨ ଟଙ୍କାରେ ପହଞ୍ଚିଛି । ୧୮ କ୍ୟାରେଟ ସୁନା ଦର ୪୭,୫୮୦ ଟଙ୍କା ହୋଇଛି ।

ରୂପା ଦର ହ୍ରାସ ପାଇ କିଲୋପ୍ରତି ୭୧,୬୦୦ ଟଙ୍କାରେ ପହଞ୍ଚିଛି ।ଭାରତୀୟ ସୁନାରୂପା ବଜାରରେ ଶୁକ୍ରବାରରେ ସୁନା ଶସ୍ତା ହୋଇ ରୂପା ମହଙ୍ଗା ହୋଇଥିଲା। ଦର କମିବା ପରେ ସୁନା ମୂଲ୍ୟ ପ୍ରତି ୧୦ ଗ୍ରାମ ପ୍ରତି ୬୩ ହଜାରରୁ ଊର୍ଦ୍ଧ୍ବ ରହିଥିଲା। ଅପରପକ୍ଷେ, ରୂପା ମୂଲ୍ୟ କିଲୋ ପ୍ରତି ୭୧ ହଜାରରୁ ଊର୍ଦ୍ଧ୍ବ ରହିଥିଲା। ଜାତୀୟସ୍ତରରେ ୯୯୯ ଶୁଦ୍ଧତାଯୁକ୍ତ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ ପ୍ରତି ୬୩୪୦୦ ଟଙ୍କା ରହିଥିଲା। ସେହିପରି ୯୯୯ ଶୁଦ୍ଧତାଯୁକ୍ତ ରୂପା କିଲୋ ପ୍ରତି ୭୧୭୯୩ ଟଙ୍କା ରହିଥିଲା। ଇଣ୍ଡିଆ ବୁଲିୟନ ଆଣ୍ଡ ଜ୍ବେଲର୍ସ ଆସୋସିଏସନ୍ ମୁତାବକ, ଗୁରୁବାର ସନ୍ଧ୍ୟାରେ ୨୪ କ୍ୟାରେଟ୍ ଶୁଦ୍ଧ ସୁନା ୧୦ ଗ୍ରାମ ପ୍ରତି ୬୨୭୭୪ ଟଙ୍କା ଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.