THE BYAPINI

ପ୍ରତ୍ୟାଖ୍ୟାନ ସତ୍ତ୍ୱେ କଂଗ୍ରେସର ନିଶା ଛାଡି ନାହିଁ:ଅମର ଶତପଥୀ

Get real time updates directly on you device, subscribe now.

ଭୁବନେଶ୍ୱର:  ବିଜେଡିକୁ ପ୍ରଦେଶ କଂଗ୍ରେସର ନୂଆ ପ୍ରଭାରୀ ଟାର୍ଗେଟ କରିବା ପରେ, ସମାନ ଢଙ୍ଗରେ କଂଗ୍ରେସ ପ୍ରଭାରୀଙ୍କୁ ମଧ୍ୟ ଜବାବ୍ ଦେଇଛି ବିଜେଡି  । ରବିବାର ପ୍ରଦେଶ କଂଗ୍ରେସର ନୂଆ ପ୍ରଭାରୀ ଅଜୟ କୁମାର କହିଥିଲେ ଯେ, ନିର୍ବାଚନ ପାଇଁ ଓଡିଶାରେ ବିଜେଡି ଓ ବିଜେପି ପରସ୍ପର ମଧ୍ୟରେ ବୁଝାମଣା କରିଛନ୍ତି । ବିଜେଡି ବିଜେପିକୁ ୧୫ ଲୋକସଭା ଆସନ ଦେବାକୁ ବୁଝାମଣା ହୋଇଛି ବୋଲି କହିଥିଲେ ଅଜୟ କୁମାର ।

ଏହା ପରେ ଏହାର ଜବାବରେ ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, କଂଗ୍ରେସ ପ୍ରଭାରୀ ରାଜ୍ୟକୁ ନୂଆ ଆସିଛନ୍ତି । ତେଣୁ ତାଙ୍କୁ ଯେଉଁମାନେ ବୁଝେଇଛନ୍ତି ସେମାନେ ଭୁଲ ବୁଝେଇଛନ୍ତି । ରାଜ୍ୟବାସୀ ତାଙ୍କୁ ବାରମ୍ବାର ପ୍ରତ୍ୟାଖ୍ୟାନ କରୁଛନ୍ତି, ତଥାପି ତାଙ୍କର ନିଶା ଛାଡି ନାହିଁ। ତେବେ ଓଡ଼ିଶାରେ ବିଜେଡି କଣ କରୁଛି ନ କରୁଛି ତାହା ରାଜ୍ୟବାସୀ ଜାଣିଛନ୍ତି। ସେଥିପାଇଁ ରାଜ୍ୟବାସୀ ବାରମ୍ବାର ନବୀନଙ୍କୁ ଭୋଟ ଦେଉଛନ୍ତି। ବିଶେଷ କରି ଓଡ଼ିଶାର ଅସ୍ମିତା ରକ୍ଷା ପାଇଁ ଅନେକ କାମ ହୋଇଛି। ସେ କେଉଁ ଦୃଷ୍ଟି ଭଙ୍ଗୀରେ ରାଜ୍ୟରେ ବାହାର ଲୋକ ଶାସନ କରୁଥିବା କଥା କହୁଛନ୍ତି ତାହା ସେ ଜାଣିନଥିବା କହିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ । ତେବେ ଯାହାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ସେଠି ବାହାର ଲୋକ ଶାସନ କଲେ କେମିତି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ବିଧାୟକ ।

Get real time updates directly on you device, subscribe now.

Leave A Reply

Your email address will not be published.