ସରକାରୀ ସ୍କୁଲ ପିଲାଙ୍କୁ ସଂରକ୍ଷଣ
ସରକାରୀ ସ୍କୁଲ ଏବଂ ଘରୋଇ ଇଂରାଜୀ ମିଡିୟମ ସ୍କୁଲ ମଧ୍ୟରେ ତାରତମ୍ୟ ଦୂର କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଏଣିକି ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କୁ ରାଜ୍ୟରେ ଥିବା ଡାକ୍ତରୀ, ଇଂଜିନିୟରିଂ ପରି ଉଚ୍ଚଶିକ୍ଷା ଅନୁଷ୍ଠାନରେ ସଂରକ୍ଷଣ ମିଳିବ । ଡାକ୍ତରୀ ଏବଂ ଇଂଜିନିୟରିଂ ପାଠ୍ୟକ୍ରମରେ ନାମଲେଖା କ୍ଷେତ୍ରରେ ସରକାରୀ ସ୍କୁଲର ପିଲାଙ୍କ ପାଇଁ ସଂରକ୍ଷଣ ରଖିବାକୁ ନିଷ୍ପତି ନେଇଛନ୍ତି । ରାଜ୍ୟ କ୍ୟାବିନେଟରେ ଏହି ସଂକଳ୍ପ ପାରିତ ହୋଇଛି ।
ସରକାର କହିଛନ୍ତି,ଜେଇଇ ଓ ନିଟ ପରେ ଏକକ ପରୀକ୍ଷା ବ୍ୟବସ୍ଥା ଆସିବା ପରେ ସରକାରୀ ସ୍କୁଲର ପିଲାମାନେ ଭଲ ପ୍ରଦର୍ଶନ କରୁନାହାନ୍ତି । କାରଣ ଓଡିଶାର ଗ୍ରାମାଚଂଳରେ ଭଲ କୋଚିଂ ସେଂଟର ନାହିଁ । ଏହି ତାଲିମ ପାଇଁ କୋଚିଂ ସେଣ୍ଟରର ଆବଶ୍ୟକତା ରହିଛି । କିମ୍ବା ସେମାନଙ୍କର ମେଧାକୁ ବଢାଇବା ଭଳି ବ୍ୟବସ୍ଥା ବି ନାହିଁ । ତେଣୁ ସରକାରୀ ସ୍କୁଲର ମେଧାବୀ ଛାତ୍ରଛାତ୍ରୀଙ୍କ ମନରେ ଆତ୍ମବିଶ୍ୱାସ ସୃଷ୍ଟି କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ଏହାକୁ ଦୂର କରିବା ପାଇଁ ସରକାରୀ ସ୍କୁଲର ପିଲାମାନଙ୍କୁ ସଂରକ୍ଷଣ ଦେବାର ଆବଶ୍ୟକତା ରହିଛି । ରାଜ୍ୟ କ୍ୟାବିନେଟରେ ଆଜି ଏହି ପ୍ରସ୍ତାବ ଉପରେ ମୋହର ବାଜିଛି । କିଛି ଦିନ ପୂର୍ବେ ବିଜେଡିର ରାଜ୍ୟ ପରିଷଦ ବୈଠକରେ ଏହି ପ୍ରସ୍ତାବ ପାରିତ ହୋଇଥିଲା ।
ଆଗାମୀ ବର୍ଷରୁ ଏହି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ପାଇଁ କ୍ୟାବିନେଟରେ ନିଷ୍ପତି ହୋଇଛି ।
ଏଥିପାଇଁ ଏକ ଉଚ୍ଚ କ୍ଷମତାପୂର୍ଣ୍ଣ କମିଟି ଗଠନ କରାଯିବ । ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ ହେବ । ୩ ମାସରେ ସରକାରଙ୍କୁ ରିପୋର୍ଟ ଦେବ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି । କମିଟି ସୁପାରିସକୁ ଆଗାମୀ ଶିକ୍ଷାବର୍ଷରୁ କାର୍ୟ୍ୟକାରୀ କରାଯିବ । ବର୍ତମାନ ଓଡିଶର ବିଭିନ୍ନ ସରକାରୀ ସ୍କୁଲରୁ ପ୍ରାୟ ୫ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ଇଂରାଜୀ ମିଡିୟମ ସ୍କୁଲରୁ ୩୦ ହଜାର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଉଛନ୍ତି ।