THE BYAPINI

ଏଣିକି ସ୍ପଷ୍ଟ ଅକ୍ଷରରେ ପ୍ରେସକ୍ରିପସନ ଲେଖିବେ ଡାକ୍ତର, ହାଇକୋର୍ଟ ଦେଲେ ନିର୍ଦ୍ଦେଶ

Get real time updates directly on you device, subscribe now.

କଟକ: ସ୍ପଷ୍ଟ ଅକ୍ଷରରେ ଡାକ୍ତର ଲେଖିବେ ପ୍ରେସକ୍ରିପସନ । ଏନେଇ ଏନେଇ ସବୁ ଡାକ୍ତରଖାନା, କ୍ଲିନିକ, ମେଡିକାଲ କଲେଜକୁ ନିର୍ଦ୍ଦେଶନାମା ଜାରି କରିବାକୁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ । ଏଣିକି ସମସ୍ତେ ପଢ଼ି ପାରୁଥିବା ପରି ଅକ୍ଷର ଲେଖିବେ ଡାକ୍ତର। ଯାହା ଫଳରେ ସାଧାରଣ ଲୋକଟିଏ ଔଷଧ ଓ ରୋଗ ବିଷୟରେ ଜାଣିପାରିବ ଓ ବୁଝିପାରିବ ।

ସେହିପରି ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରେ ଅନିଶ୍ଚିତ ଭାବେ ଡାକ୍ତର ଲେଖିବା ଦ୍ବାରା ଚିକିତ୍ସା-ଆଇନ ସମ୍ବନ୍ଧୀୟ ଡକ୍ୟୁମେଣ୍ଟ ଅତି ବିପଦଜନକ ଭାବେ ପ୍ରଭାବିତ ହୋଇଥାଏ ବୋଲି ଏକ ମାମଲାର ଶୁଣାଣି ସମୟରେ ହାଇକୋର୍ଟ କହିଛନ୍ତି । ଏଭଳି ଅକ୍ଷର ପଢ଼ିବା ଓ ଏକ ନିର୍ଦ୍ଦିଷ୍ଟ ଉପନୀତିରେ ପହଞ୍ଚିବା କ୍ଷେତ୍ରରେ ବିଚାର ବ୍ୟବସ୍ଥା ପାଇଁ ଅସୁବିଧାର ସମ୍ମୁଖୀନ ହୋଇଥାଏ । ତେଣୁ ଏଭଳି ସ୍ଥିତିରେ ଚିକିତ୍ସା-ଆଇନ ସମ୍ବନ୍ଧୀୟ ଘଟଣା ସହିତ ଜଡ଼ିତ ହେଉଥିବା ତଥା ବହୁତ ଖରାପ ଅକ୍ଷର ଲେଖୁଥିବା ଡାକ୍ତର ନିଜ ଦୃଷ୍ଟିଭଙ୍ଗୀରେ ପରବର୍ତ୍ତନ କରିବା ଦରକାର ବୋଲି କୋର୍ଟ କହିଛନ୍ତି। ସେମାନେ ବଡ଼ ଅକ୍ଷରରେ ବା ଟାଇପ ପଦ୍ଧତିରେ ବା ଭଲ ହସ୍ତାକ୍ଷରରେ ଲେଖିବା ଆବଶ୍ୟକ । ଯାହାଦ୍ବାରା ହାତଲେଖା ପଢ଼ିବା ବେଳେ ଅଯଥା ସମୟ ନଷ୍ଟ ହେବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି । ଡକ୍ଟର ଜଷ୍ଟିସ ସଂଜୀବ ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି । 
ଅନେକ ସମୟରେ ରିପୋର୍ଟରେ ଡାକ୍ତରଙ୍କ ହାତଲେଖା ପଢ଼ି କଣ ଲେଖା ହୋଇଛି ବୁଝିବା ଜଣଙ୍କ ପକ୍ଷରେ ସମ୍ଭବ ହେଉ ନାହିଁ। ଯାହାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି । ତେଣୁ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଓ ପ୍ରେସକ୍ରିପସନରେ ବଡ଼ (କ୍ୟାପିଟାଲ) ଅକ୍ଷର ବା ସ୍ପଷ୍ଟ ଭାବେ ପଢି ହେଉଥିବା ହସ୍ତାକ୍ଷରରେ ଲେଖିବା ପାଇଁ ରାଜ୍ୟର ସମସ୍ତ ଡାକ୍ତରଙ୍କୁ ନିର୍ଦ୍ଦେଶନାମା ଜାରି କରିବାକୁ ମୁଖ୍ୟ ସଚିବଙ୍କୁ ହାଇକୋର୍ଟ କହିଛନ୍ତି । ସମସ୍ତ ମେଡିକାଲ ସେଣ୍ଟର, ଘରୋଇ କ୍ଲିନିକ, ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ଏ ନେଇ ମୁଖ୍ୟ ସଚିବ ନିର୍ଦ୍ଦେଶନାମା ଜାରି କରିବେ। ଔଷଧ ପରାମର୍ଶ ବା ଚିକିତ୍ସା-ଆଇନ ସମ୍ବନ୍ଧୀୟ (ମେଡିକୋ-ଲିଗାଲ) ରିପୋର୍ଟ ଉପଯୁକ୍ତ ହସ୍ତାକ୍ଷରରେ ବା ଟାଇପ ପଦ୍ଧତିରେ ଲେଖିବା ପାଇଁ ମୁଖ୍ୟ ସଚିବ ଏହି ନିର୍ଦ୍ଦେଶନାମା ଜାରି କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.