ସମଲେଇ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କଲେ ପାଣ୍ଡିଆନ
ସମ୍ବଲପୁର : ସମ୍ବଲପୁର ଗସ୍ତରେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଜିଲ୍ଲାପାଳଙ୍କ ସହ ସମୀକ୍ଷା ବୈଠକ ପରେ ସମଲେଇ ପ୍ରକଳ୍ପର ଅଗ୍ରଗତି ନେଇ ବୁଲି ଦେଖିଛନ୍ତି ।
ଶୁକ୍ରବାରଭିକେ ପାଣ୍ଡିଆନ୍ ସମ୍ବଲପୁର ଗସ୍ତରେ ଆସିଥିଲେ । ସର୍କିଟ ହାଉସରେ ରାତ୍ରିଯାପନ କରିଥିଲେ । ଏବେ ସକାଳ ୭ଟାରୁ ଜିଲ୍ଲପାଳଙ୍କ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ କରିବା ସହ ସମଲେଇ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ବୈଠକରେ ଆରଡିସିଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ, ମହାନଗର ନିଗମ କମିଶନର ସମସ୍ତେ ଉପସ୍ଥିତ ଥିଲେ । ପରେ ସକାଳ ୮ଟାରେ ମାଁ ସମଲେଶ୍ବରୀ ମନ୍ଦିର ପରିଦର୍ଶନ କରିବାର କାର୍ୟ୍ୟକ୍ରମ ରହିଛି । ସମଲେଇ ପ୍ରକଳ୍ପ ବୁଲି ଦେଖିବା ସହ କାର୍ୟ୍ୟର ଅଗ୍ରଗତି ନେଇ ମଧ୍ୟ ସମୀକ୍ଷା କରିବେ ।
ଆସନ୍ତା ୨୭ ତାରିଖରେ ସମଲେଇ ପ୍ରକଳ୍ପର ଉଦଘାଟନ କରାଯିବାକୁ ନେଇ ସ୍ଥିର ହୋଇଥିବାବେଳ ଶ୍ରଦ୍ଧାଳୁ ମାଁଙ୍କ ପୀଠକୁ ନୂଆ ରୂପରେ ଦେଖିବାକୁ ପାଇବେ । ଯେଉଁ ସମୟ ଧାର୍ୟ୍ୟ କରାଯାଇଛି ତାର କାର୍ୟ୍ୟ କେତେ ଦୂର ଗଲା, ତାହାର ସମୀକ୍ଷା କରିବା ସହ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏହା ପରେ ସମ୍ବଲପୁରରେ ନୂଆ ଓ କାର୍ୟ୍ୟକ୍ରମ ରହିଥିବା ବେଳେ କୁଚିଣ୍ଡା ନିର୍ବାଚନ ମଣ୍ଡଳୀ ଓ ରେଢାଖୋଲ ନିର୍ବାଚନ ମଣ୍ଡଳୀରେ କାର୍ୟ୍ୟକ୍ରମ ରହିଛି ।