ପାଣ୍ଡିଆନଙ୍କ ସହ ସେଲଫି !
ଖୁବ କମ ସମୟ ସେ ମିଡିଆ ସାମ୍ନାକୁ ଆସନ୍ତି । ସବୁବେଳେ ପଛରେ ରହି କାମ କରିବା ଉପରେ ଗୁରୁତ୍ୱ ଦେଇଥାନ୍ତି । ଗଣମାଧ୍ୟମ ସାମ୍ନାକୁ ଆସି ନିଜକୁ ଅଧିକ ଲୋକପ୍ରିୟ କରାଇବା ଧାରାରୁ ସେ ଦୁରରେ । ପାହାନ୍ତିଆ ପହରୁ ରାତି ଅଧ ଯାଏଁ କାମ କରିବାରେ ବିଶ୍ୱାସ ରଖୁଥିବା ତଥା ସବୁଠାରୁ ପ୍ରଭାବଶାଳୀ ଅଫିସର ହେଉଛନ୍ତି ଭି. କେ. ପାଣ୍ଡିଆନ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଏବଂ ୫-ଟି ଦାୟିତ୍ୱରେ ଥିବା ଅଧିକାରୀ । କୁହାଯାଏ ତାଙ୍କ ସହ ଫୋଟୋ ଗୋଟେ ଉଠାଇବାକୁ ଅନେକ ବ୍ୟକ୍ତି ଆଗ୍ରହୀ, ହେଲେ ଏହାର ସୁଯୋଗ ଖୁବ କମ ଲୋକଙ୍କୁ ମିଳେ । ଆଉ ସେମିତି କିଛି ସୁଯୋଗ ବିଜେଡିର କର୍ମୀଙ୍କ ଭାଗ୍ୟରେ ମଙ୍ଗଳବାର ସକାଳେ ଆସିଥିଲା ।
ସରକାରୀ ସ୍କୁଲରେ ପଢୁଥିବା ଛାତ୍ର ଛାତ୍ରୀଙ୍କ ପାଇଁ ମେଡିକାଲ ଏବଂ ଇଂଜିନିୟରିଙ୍ଗରେ ସ୍ଥାନ ସଂରକ୍ଷଣ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ଦେଇଥିଲା । ଆଉ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବାକୁ ଦଳର ନେତା, କର୍ମୀ ପହଁଚିଥିଲେ ନବୀନ ନିବାସରେ । କରୋନା ସମୟରେ ସମ୍ଭବତଃ ଏହା ପ୍ରଥମ ଅବସର ଥିଲା ଯେତେବେଳେ ନବୀନ ନିବାସ ଭିତରକୁ ଦଳର ତୋ ଏବଂ କର୍ମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବାକୁ ଛଡାଯାଉଥିଲା । ଆଉ ଏହି ଅବସର ଦଳର ଜଣେ କର୍ମୀଙ୍କ ପାଇଁ ସୁଯୋଗ ନେଇ ଆସିଥିଲା ପାଣ୍ଡିଆନଙ୍କ ସହ ସେଲଫି ନେବାକୁ ।
ନବୀନଙ୍କୁ ଧନ୍ୟବାଦ ଜଣାଇବା ଭିତରେ ସେଠାରେ ଉପସ୍ଥିତ ଥିବା ୫-ଟି ସଚିବ ପାଣ୍ଡିଆନଙ୍କ ସହ ସେଲଫି ନେଇ ତାକୁ ଫେସବୁକରେ ପୋଷ୍ଟ କରିଛନ୍ତି ଏହି ବିଜେଡି କର୍ମୀ । ଖୁବ କମ ଲୋକଙ୍କ ଭାଗ୍ୟରେ ଜୁଟୁଥିବା ଏହି ସେଲଫି ସୁଯୋଗ ଆଜି ଏହି କର୍ମୀଙ୍କ ଭାଗ୍ୟରେ ଥିଲା । ହେଲେ ବଡ କଥା ହେଉଛି, ପାଣ୍ଡିଆନ ଏହି ଫଟୋ ଉଠାଯିବା ବେଳେ ସଂପୁର୍ଣ୍ଣ ଅନୁମତି ଦେଲା ଭଳି ଲାଗୁଛି । ଆଉ ଏହି ଫଟୋ ଆଜି ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି ।