THE BYAPINI

ସମ୍ବଲପୁରରେ ଧର୍ମେନ୍ଦ୍ର ବନାମ ବବି!

Get real time updates directly on you device, subscribe now.

ସମ୍ବଲପୁର: ସମ୍ବଲପୁର ଲୋକସଭା ଆସନକୁ ନେଇ ଏବେ ରାଜ୍ୟ ରାଜନୀତିରେ ଢେର ଚର୍ଚ୍ଚା। ଏହି ଆସନରୁ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ବିଜେପି ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଚାଲିଛି। ତେବେ ମୁଖ୍ୟମନ୍ତ୍ରୀ ସୁଯୋଗ ଦେଲେ ଲଢ଼ିବେ ବୋଲି ପ୍ରଣବ ସ୍ପଷ୍ଟ କରିବା ପରେ ପଶ୍ଚିମ ଓଡ଼ିଶା ରାଜନୀତିରେ ଏବେ ହଲଚଲ।
ସମ୍ବଲପୁରରେ ଏଥର ଲଢେଇ ଧର୍ମେନ୍ଦ୍ର ବନାମ  ପ୍ରଣବ ପ୍ରକାଶ ହେବ ବୋଲି ଚାଲିଲାଣି ଚର୍ଚ୍ଚା। ସମ୍ବଲପୁର ଲୋକସଭା ଆସନରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲଢ଼ିବା ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏଥିରେ ଏଣ୍ଟ୍ରି ମାରିଛନ୍ତି ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଅର୍ଥାତ ଧର୍ମେନ୍ଦ୍ରଙ୍କ ବିରୋଧରେ ପ୍ରଣବ ବିଜେଡି ପ୍ରାର୍ଥୀ ହୋଇପାରନ୍ତି । ମୁଖ୍ୟମନ୍ତ୍ରୀ ଚାହିଁଲେ ମୁଁ ଲଢିବି ବୋଲି ପ୍ରଣବ ପ୍ରକାଶ ସାମ୍ବାଦିକଙ୍କୁ କହିବା ପରେ ପଶ୍ଚିମ ଓଡ଼ିଶା ରାଜନୀତିରେ ହଲଚଲ ଖେଳିଯାଇଛି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରକୁ ଘନଘନ ଗସ୍ତ କରୁଛନ୍ତି। ବିଭିନ୍ନ କାର୍ୟ୍ୟକ୍ରମରେ ସାମିଲ ହେଉଛନ୍ତି । ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରୁଛନ୍ତି। ଏପଟେ ପଣବ ପ୍ରକାଶ ଦାସ ସମ୍ବଲପୁରର ବିଜେଡି ପର୍ୟ୍ୟବେକ୍ଷକ ଥିବାବେଳେ ଜିଲ୍ଲାକୁ ତୋଫାନୀ ଗସ୍ତ କରୁଛନ୍ତି। ତେଣୁ ଧର୍ମେନ୍ଦ୍ର ବନାମ ପ୍ରଣବ ହେଲେ ସମ୍ବଲପୁର ଭୋଟର ଏଥର ବିଗ୍ ଫାଇଟ୍ ଦେଖିବାକୁ ପାଇବେ ବୋଲି ଏବେଠୁ ଆକାଳନ ହେଲାଣି। ବିଜେଡିର ରେଢାଖୋଲ ବିଧାୟକ ରୋହିତ ପୂଜାରୀ ଆଉ ପାଦେ ଆଗକୁ ଯାଇ କହିଛନ୍ତି ସମ୍ବଲପୁରରୁ ପ୍ରଣବ ପ୍ରକାଶ ଦାସ ପ୍ରାର୍ଥୀ ହେଲେ ୭ରୁ ୭ ଆସନ ଆମର ଜ୍ଝ ପ୍ରଣବ ପ୍ରକାଶ ଦାସ ଜଣେ ଦକ୍ଷ ସଂଗଠକ। ସେ ପ୍ରାର୍ଥୀ ହେଲେ ସ୍ବାଗତ କରିବୁ ।
୨୦୧୯ରେ ସମ୍ବଲପୁର ଲୋକସଭା ଆସନ ଦଖଲ କରିଥିଲା ବିଜେପି।ତେଣୁ ୨୦୨୪ରେ  ସମ୍ବଲପୁରରେ  ବିଜେପି ପୁଣି ବିଜୟ ବାନା ଉଡାଇବାକୁ ଚାହୁଥିବାବେଳେ ଏଥିରେ ବ୍ରେକ୍ ଲଗାଇ ଏହି ଆସନକୁ କବଜା କରିବା ଲକ୍ଷ୍ୟରେ ରହିଛି ବିଜେଡି।

Get real time updates directly on you device, subscribe now.

Leave A Reply

Your email address will not be published.