ରେଳଧାରଣାରୁ ମିଳିଲା ମୃତଦେହ
ବଲାଙ୍ଗୀର: ରେଳଧାରଣାରୁ ମୃତଦେହ ଠାବ । ବଲାଙ୍ଗୀର ଖୁଜେନପାଲି ରେଳ ଫାଟକ ନିକଟ ରେଳଧାରଣାରୁ ମୃତଦେହ ଠାବ ହୋଇଛି । ସୋମବାର ଖୁଜେନପାଲି ରେଳ ଫାଟକ ନିକଟ ଧାରଣାରେ ଜଣଙ୍କ ମୃତଦେହ ପଡିଥିବାର ଦେଖିଥିଲେ କିଛି ଲୋକେ । ଏହାପରେ ତୁରନ୍ତ ଜିଆର୍ପିକୁ ଖବର ଦିଆଯାଇଥିଲା । ଜିଆର୍ପି ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା । ତେବେ ପୋଲିସର ତଦନ୍ତ ପରେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିଛି । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ବଲାଙ୍ଗୀର ବଣିକ ସଂଘର ସଭାପତି ତଥା ରାଧିକ ଅଳଙ୍କାରର ମାଲିକ ତ୍ରିପୁରାରୀ ପାଣିଗ୍ରାହୀ । ସେପଟେ ମୃତ୍ୟୁର ସଠିକ କାରଣ ଜଣାପଡିନଥିବା ବେଳେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ସେପଟେ ଜିଆର୍ପି ଘଟଣାର ଛାନ୍ଭିନ୍ ଜାରି ରଖିଛି ।