ଆଜି ଶ୍ରୀସେତୁ ଓ ଶ୍ରୀମାର୍ଗ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ
ପୁରୀ : ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ (ଶ୍ରୀସେତୁ) ଏବଂ ଜଗନ୍ନାଥ ବଲ୍ଲଭ ପରିସରରୁ ଦୋଳବେଦୀକୁ ସଂଯୋଗ କରୁଥିବା ନୂଆରାସ୍ତା (ଶ୍ରୀମାର୍ଗ) ଏବେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯାଇଛି। ଭକ୍ତଙ୍କୁ ଅପେକ୍ଷା କରିଛନ୍ତି ଶ୍ରୀମନ୍ଦିର ନିକଟରେ ନେଇ ସୁବିଧାରେ ପହଞ୍ଚାଇବାର ଏହି ଦୁଇ ମାଧ୍ୟମ। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦୁଇ ପ୍ରକଳ୍ପର ଉଦ୍ଘାଟନ କରିବା ପରେ ଏହା ଭକ୍ତ ଏବଂ ଯାତ୍ରୀଙ୍କୁ ସେବା ଯୋଗାଇବ। ଏଥିପାଇଁ ସମସ୍ତେ ଉତ୍ସାହର ସହ ଅପେକ୍ଷାରତ।
ଏହି ଦୁଇ ପ୍ରକଳ୍ପକୁ ଅତି ଆକର୍ଷଣୀୟ ଭାବେ ସଜ୍ଜାଇ ଦିଆଯାଇଛି। ଯେ ହେତୁ ପରିକ୍ରମା ଲୋକାର୍ପଣ ପାଇଁ ଏହି ସେତୁ ଏବଂ ରାସ୍ତା ଦେଇ ମୁଖ୍ୟମନ୍ତ୍ରୀଙ୍କ ସମେତ ଦେଶବିଦେଶର ଦେବପୀଠର ମୁଖ୍ୟ ଏବଂ ବିଶିଷ୍ଟ ଅତିଥି ଆସିବେ ସେଥିପାଇଁ ଶ୍ରୀସେତୁ ଏବଂ ଶ୍ରୀମାର୍ଗକୁ ପ୍ରସ୍ତୁତ କରାଯାଇଛି। ଶ୍ରୀସେତୁର ଉଭୟ ପାର୍ଶ୍ବ କାନ୍ଥରେ ପାରମ୍ପରିକ ଝୋଟିଚିତାର ଚମକ ଦେଖିବାକୁ ମିଳୁଥିବା ବେଳେ ଆକର୍ଷଣୀୟ ଚିତ୍ରକଳା ବି ସ୍ଥାନୀତ ହୋଇଛି। ସେହିପରି ଉଭୟ ପାର୍ଶ୍ବରେ ଉତ୍କଳୀଳା କଳା, ସ୍ଥାପତ୍ୟର ନିଦର୍ଶନ ସ୍ୱରୂପ ଶୋଭାପାଉଛି ଖଣ୍ଡେଲାଇଟ ପଥରରେ ନିର୍ମିତ ବୃହତ୍ ପଥର ଭାସ୍କର୍ୟ୍ୟ।