THE BYAPINI

ବିଜେପି ଚାପରେ ବିଜେଡି ଚେପା !

Get real time updates directly on you device, subscribe now.

କ୍ଷମତାସୀନ ଦଳ ଚାପଗ୍ରସ୍ତ ହୋଇଗଲା । ସଂଖ୍ୟା ଗଣିତରେ ପ୍ରତିପକ୍ଷ ଠାରୁ ଯଥେଷ୍ଟ ଆଗରେ ଥାଇ ମଧ୍ୟ ନିଷ୍ପତ୍ତି ବଦଳାଇଦେଲା । ଗତ ୨୦ ବର୍ଷର ରାଜ୍ୟ ରାଜନୀତିରେ ଏଭଳି ଦୃଷ୍ଟାନ୍ତ ଖୁବ କମ୍ ଦେଖିବାକୁ ମିଳୁଥିଲା । ହେଲେ ଏବେ ପରିବର୍ତ୍ତିତ ରାଜନୈତିକ ସ୍ଥିତିରେ ବିଜେପି ସାମ୍ନାରେ ବିଜେଡି ମୁଣ୍ଡ ନୁଆଁଇବା ଘଟଣାକୁ ସହଜରେ କେହି ହଜମ କରିପାରୁନାହାନ୍ତି । ପକ୍କାଘର ଯୋଜନାରେ ହିତାଧିକାରୀଙ୍କୁ ମିଳୁଥିବା ପ୍ରମାଣପତ୍ରରେ ରାଜ୍ୟ ସରକାର ଯେଉଁ କାରସାଦି କରିଥିଲେ, ତାକୁ ସାମ୍ବାଦିକ ସମ୍ମିଳନୀ କରି ବିଜେପି ପ୍ରତିବାଦ କରିବା ପରେ ନିଷ୍ପତ୍ତି ବଦଳାଇଛନ୍ତି ରାଜ୍ୟ ସରକାର ।

ପଂଚାୟତିରାଜ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଏବଂ ପିଡି ଡିଆରଡିଏଙ୍କୁ ଚିଠି ଲେଖାଯାଇ କୁହାଯାଇଛି, ନୁଆ ଷ୍ଟିକର କେଉଁଭଳି ଭାବେ ହେବ । ଏଥିରେ ଦିଆଯାଇଥିବା ସାମ୍ପୁଲରେ ସ୍ପଷ୍ଟ ଭାବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଏବଂ ବିଜୁ ପକ୍କାଘର ଯୋଜନା ନେଇ ଉଲ୍ଲେଖ ରହିଛି । ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ପ୍ରଆଯୋ ଭାବେ ଉଲ୍ଲେଖ କରାଯାଉଥିଲା । ହେଲେ ଏହାକୁ ସାମ୍ବାଦିକ ସମ୍ମିଳନୀ କରି ବିଜେପି ପ୍ରତିବାଦ କରିବା ପରେ ଏବଂ ଗାଁ ଗାଁରେ ନେତା ପ୍ରତିବାଦ କରିବା ପରେ ସରକାର ଚାପଗ୍ରସ୍ତ ହୋଇ ଷ୍ଟିକରରେ ପରିବର୍ତ୍ତନ ଆଣିଥିବା ଚର୍ଚ୍ଚା ହେଉଛି । ହେଲେ ବିଜେପି ଚାପରେ ସରକାର ମୁଣ୍ଡ ନୁଆଁଇବା ପ୍ରସଙ୍ଗ ବେଶ ରୋଚକ ହୋଇଛି ।

ଏହାର ଅର୍ଥ କଣ? ବିଜେପି କଣ ଧୀରେ ଧୀରେ ରାଜ୍ୟରେ ଶକ୍ତିଶାଳୀ ହେଉଛି? ପରୀ ପ୍ରସଙ୍ଗରେ ବିଜେପି ତରଫରୁ ଯଥେଷ୍ଟ ଚାପ ସରକାରଙ୍କ ଉପରେ ପଡିଛି । ତେଣୁ ଆଗକୁ ସରକାର କଣ ବିଜେପିର ଦାବିକୁ ମାନିନେବେ? ଏଭଳି ଅନେକ ପ୍ରଶ୍ନ ସାଧାରଣରେ ଉଙ୍କି ମାରିବା ସ୍ୱାଭାବିକ । ହେଲେ ବଡ କଥା ହେଉଛି ପଂଚାୟତ ଏବଂ ସହର ଭୋଟ ଆଗରୁ ବିଜେପିର ଦାବି ଆଗରେ ବିଜେଡି ମୁଣ୍ଡ ନଆଁଇବା ଭିନ୍ନ ସଂକେତ ଦେଉଛି । କେନ୍ଦ୍ରରୁ ପଡୁଥିବା ଚାପକୁ ଆଉ ରାଜ୍ୟ ସରକାର କଣ ସହଜରେ ହଜମ କରିପାରୁନାହାନ୍ତି କି?

Get real time updates directly on you device, subscribe now.

Leave A Reply

Your email address will not be published.