ଫୁଲମାଳାରେ ଝଟକୁଛି ସିଂହଦ୍ବାର
ପୁରୀ: ସଜେଇ ହୋଇଛି ଶ୍ରୀମନ୍ଦିର । ଫୁଲମାଳାରେ ଝଟକୁଛି ସିଂହଦ୍ବାର । ଆଜି ଉତ୍ସବ ମୁଖରିତ ଶ୍ରୀକ୍ଷେତ୍ର । ସବୁକିଛି ଜଗନ୍ନାଥ ମୟ । ମନ୍ତ୍ରଧ୍ବନି ଓ ବେଦପାଠରେ କମ୍ପୁଛି ଜଗନ୍ନାଥ ଧାମ । ସଭିଁଙ୍କ ମୁହଁରୁ ଭାସି ଆସୁଛି ଜୟ ଜଗନ୍ନାଥ । ବଡଦାଣ୍ଡରୁ ବଡଦେଉଳ ସବୁଠି ଅପୂର୍ବ ଭକ୍ତିମୟ ପରିବେଶ । କାରଣ ବହୁ ପ୍ରତୀକ୍ଷାର ଅନ୍ତ ଘଟି ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ହେବାକୁ ଯାଉଛି । ସେଥିପାଇଁ ସକାଳୁ ସୂର୍ୟ୍ୟପୂଜା ପରେ ମହାଯଜ୍ଞ, ନାମ ସଂକୀର୍ତ୍ତନ ଚାଲିଛି । ପରିକ୍ରମା ପ୍ରକଳ୍ପ ଦେଖିବାକୁ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି । ଆଜି ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ । ଏହି ଭବ୍ୟ ଉତ୍ସବର ୯୦୦ରୁ ଅଧିକ ଅତିଥି ସାକ୍ଷୀ ରହିବେ । ଲୋକାର୍ପଣ ପରେ ଗଜପତି ମହାରାଜା ଯଜ୍ଞର ପୂର୍ଣ୍ଣାହୁତି ଦେବେ । ଏହି ଭବ୍ୟ ସମାରୋହ ପାଇଁ ଚାଲିଥିବା ଯଜ୍ଞ ସଂକୀର୍ତ୍ତନ ଶ୍ରୀକ୍ଷେତ୍ରରେ ଅପୂର୍ବ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି ।