THE BYAPINI

ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା

Get real time updates directly on you device, subscribe now.

ବାଙ୍ଗିରିପୋଷି: ଡାହାଣୀ ସନ୍ଦେହରେ ଭାଉଜକୁ ହାଣିଲା ଦିଅର। ଭାଉଜର ଜୀବନ ଗଲା। ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଯୋକା ପଞ୍ଚାୟତ ପୋଖରିଆ ଗ୍ରାମରେ ବିଳମ୍ବିତ ରାତିରେ ଘଟିଛି ଏପରି ସମ୍ବେଦନଶୀଳ ଘଟଣା। ନିଜ ଭାଉଜ ମିନତି ମୁର୍ମୁ (୪୦)କୁ ଡାହାଣୀ ସନ୍ଦେହରେ ଦିଅର ମଙ୍ଗଲ ମୁର୍ମୁ ଟାଙ୍ଗିଆରେ ହାଣି ଦେଇଥିବା ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ସ୍ବାମୀ ବାଲାୟ ମୁର୍ମୁ।

ଗୁରୁତର ଅବସ୍ଥାରେ ରାତି ଗୋଟାଏ ସମୟରେ ୧୦୮ ଯୋଗେ ବାରିପଦା ନେଉଥିବା ବାଟରେ ମିନତିଙ୍କର ମୃତ୍ୟୁ ହୋଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Get real time updates directly on you device, subscribe now.

Leave A Reply

Your email address will not be published.