ଭୁବନେଶ୍ୱର: ଦାୟିତ୍ୱ ନେବା ପରେ ଦ୍ୱିତୀୟ ଥର ପାଇଁ ଓଡ଼ିଶା ଗସ୍ତରେ ଆସିବେ ନବ ନିଯୁକ୍ତ କଂଗ୍ରେସ ପ୍ରଭାରୀ ପ୍ରଭାରୀ ଡ଼ ଅଜୟ କୁମାର । ଆସନ୍ତା ୨୧ ତାରିଖରେ ସେ ଆସିବା ନେଇ ସୂଚନା ରହିଛି । ୨୧ରୁ ୨୮ ତାରିଖ ପର୍ୟ୍ୟନ୍ତ ନବ ନିଯୁକ୍ତ କଂଗ୍ରେସ ପ୍ରଭାରୀ ଓଡ଼ିଶାରେ ରହିବେ । ଦଳୀୟ ସଂଗଠନକୁ ସୁଦୃଢ କରିବାକୁ ମାନସ ମନ୍ଥନ କରିବେ । ଡ଼ ଅଜୟ କୁମାର ଭୁବନେଶ୍ୱରରେ ୨୧ ତାରିଖରେ ପହଞ୍ଚିବେ । ୨୧ ତାରିଖରେ ବଲାଙ୍ଗୀର ଜିଲ୍ଲା ସଇଁତଳା ଅଭିମୁଖେ ଯାତ୍ରା କରିବେ । ଏହାସହ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପିତାଙ୍କ ପ୍ରାର୍ଥନା ସଭାରେ ଯୋଗଦେବେ । ଏହାପରେ ସନ୍ଧ୍ୟାରେ ଭୁବନେଶ୍ୱର ଫେରି ରାତ୍ରିଯାପନ କରିବେ ବୋଲି ସୂଚନା ମିଳିଛି ।
୨୨ ତାରିଖରେ ଦଳୀୟ କର୍ମୀ ଓ ନେତାଙ୍କ ସହ ଆଲୋଚନା କରିବେ । ସେହିପରି ନବ ନିଯୁକ୍ତ ନିର୍ବାଚନ ମଣ୍ଡଳୀ ସଂଯୋଜକମାନଙ୍କ ପାଇଁ ହେବାକୁ ଥିବା ପ୍ରଶିକ୍ଷଣ ଶିବିରରେ ଯୋଗଦେବେ । ୨୩ ଏବଂ ୨୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ୨୧ଟି ସଂସଦୀୟ କ୍ଷେତ୍ର ପାଇଁ ୨୧ ଜଣ ସଂଯୋଜକ ଏବଂ ୧୪୭ଟି ନିର୍ବାଚନ ମଣ୍ଡଳୀ ପାଇଁ ନିଯୁକ୍ତ ସମସ୍ତ ସଂଯୋଜକମାନଙ୍କ ପ୍ରଶିକ୍ଷଣ ଶିବିରରେ ଯୋଗ ଦେବେ ।
ସେହିପରି ଅଜୟ କୁମାର ବିଭିନ୍ନ ଜିଲ୍ଲା ଗସ୍ତ କରିବାର କାର୍ୟ୍ୟକ୍ରମ ମଧ୍ୟ ରହିଛି । ବିଶେଷକରି ରାହୁଲ ଗାନ୍ଧୀଙ୍କ ଭାରତ ନ୍ୟାୟ ଯାତ୍ରା ଓଡ଼ିଶାରେ କିଭଳି ସଫଳ ହେବ ସେନେଇ ସମୀକ୍ଷା କରିବେ । ଚଳିତ ୨୯ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଭୁବନେଶ୍ୱର ଆସିବାର କାର୍ୟ୍ୟକ୍ରମ ରହିଛି । ଭୁବନେଶ୍ୱରରେ ଖଡଗେ ଦଳୀୟ ସମୀକ୍ଷା ବୈଠକରେ ଯୋଗ ଦେବେ । ପାଖାପାଖି ୧୫ ହଜାର କଂଗ୍ରେସ କର୍ମୀ ଓ ନେତାଙ୍କ ସହ ଆଲୋଚନା କରିବେ । ନିର୍ବାଚନ ବିଷୟରେ ଚର୍ଚ୍ଚା ହେବ । ଅଜୟ କୁମାରଙ୍କ ସମ୍ଭବତଃ ଓଡ଼ିଶା କାର୍ୟ୍ୟକ୍ରମରେ ପରିବର୍ତ୍ତନ ହେବା ନେଇ ବି ଚର୍ଚ୍ଚା ହେଉଛି ।
Get real time updates directly on you device, subscribe now.
![](https://thebyapini.in/wp-content/uploads/2020/10/Byapini_logo_header.jpg)
Prev Post
Next Post