THE BYAPINI

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ବାଇକ୍‌ ଆରୋହୀ ମୃତ

Get real time updates directly on you device, subscribe now.

ବାଲେଶ୍ୱର: ବାଲେଶ୍ୱର କମର୍ଦ୍ଦା ଥାନା ଉଲୁଡ଼ା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୨ଜଣଙ୍କ ଜୀବନ । କମର୍ଦ୍ଦା ଥାନା ଉଲୁଡ଼ା ଛକ ନିକଟରେ ବିଳମ୍ବିତ ରାତିରେ ରାସ୍ତାକଡ଼ରେ ଏକ ଟ୍ରକ ଛିଡା ହୋଇଥିଲା । ଏହି ସମୟରେ ଏକ ବାଇକ୍‌ ଆସି ଟ୍ରକକୁ ପଛପଟୁ ଧକ୍କା ଦେଇଥିଲେ । ଯାହାଫଳରେ ଘଟଣାସ୍ଥଳରେ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଯାଇଛି । ମୃତକ ବସ୍ତା ଅଞ୍ଚଳର ବୋଲି ଜଣାପଡିଛି । ହେଲେ ବର୍ତ୍ତମାନ ସୁଦ୍ଧା ତାଙ୍କ ପରିଚୟ ମିଳିନାହିଁ । ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ କମର୍ଦ୍ଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.

Leave A Reply

Your email address will not be published.