THE BYAPINI

ବିରୋଧୀଙ୍କ ଚକ୍ରାନ୍ତ ଫେଲ, ମହାପ୍ରଭୁଙ୍କ କାର୍ୟ୍ୟରେ ଲାଗିବ ଅର୍ପଣ ଗୁଆ ଚାଉଳ

Get real time updates directly on you device, subscribe now.

ପୁରୀ: ମହାପ୍ରଭୁଙ୍କ କାର୍ୟ୍ୟରେ ଲାଗିବ ଅର୍ପଣ ଗୁଆ ଚାଉଳ। ଅର୍ପଣ ରଥରେ ସଂଗୃହିତ ସମସ୍ତ ସାମଗ୍ରୀକୁ ସସମ୍ମାନେ ଗ୍ରହଣ କରିବ ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ । ଶ୍ରୀଜିଉଙ୍କ ପାଇଁ ଭକ୍ତ ଦେଇଥିବା ଚାଉଳ, ଗୁଆ, ଶ୍ରୀଫଳକୁ ତର୍ଜମା କରି ବ୍ୟବସ୍ଥା ଅନୁସାରେ ମହାପ୍ରଭୁଙ୍କ କାର୍ୟ୍ୟରେ ଲଗାଯିବ। ପରିକ୍ରମା ପ୍ରକଳ୍ପ ଉଦଘାଟନ ପୂର୍ବରୁ ରାଜ୍ୟର ଗାଁ ଗାଁରେ ଗଡ଼ିଥିଲା ଜୟ ଜଗନ୍ନାଥ ଅର୍ପଣ ରଥ । ଏହି ସମୟରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ସ୍ବତଃସ୍ଫୂର୍ତ୍ତ ଭାବେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଚାଉଳ, ଗୁଆ ଓ ନଡ଼ିଆ ପ୍ରଦାନ କରିଥିଲେ । ଯାହାକୁ ନେଇ ବିରୋଧୀ ଅଯଥାରେ ବିବାଦ ସୃଷ୍ଟି କରିଥିଲେ । ତେବେ  ଅର୍ପଣ ରଥରେ ସଂଗୃହିତ ସମସ୍ତ ସାମଗ୍ରୀକୁ ସସମ୍ମାନେ ଗ୍ରହଣ କରିବ ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ । ଏଭଳି ନିଷ୍ପତ୍ତି ନିଆଯିବା ପରେ ଅଯଥା ବିବାଦ ପାଇଁ ଚେଷ୍ଟା କରୁଥିବା ବିରୋଧୀଙ୍କ ଚକ୍ରାନ୍ତ ଫେଲ ମାରିଛି ।

Get real time updates directly on you device, subscribe now.

Leave A Reply

Your email address will not be published.