THE BYAPINI

କମିଶନରେଟ୍‌ ପୋଲିସରେ ଅଦଳବଦଳ

Get real time updates directly on you device, subscribe now.

ଭୁବନେଶ୍ୱର : କମିଶନରେଟ ପୁଲିସ ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲା ପୁଲିସ (ୟୁପିଡି)ର ୧୮ ଜଣ ସବ୍‌ ଇନ୍ସପେକ୍ଟର ଓ ୫ଜଣ ଆସିଷ୍ଟାଣ୍ଟ ସବ୍‌ ଇନ୍‌ସପେକ୍ଟର (ଏଏସଆଇ)ଙ୍କ ବଦଳି ହୋଇଛି । ରିଜର୍ଭ ଅଫିସରେ ଥିବା ୧୦ ଜଣ ଏସ୍‌ଆଇ ଓ ୪ଜଣ ଏଏସ୍‌ଆଇ ବିଭିନ୍ନ ଥାନାରେ ଅବସ୍ଥାପିତ ହୋଇଛନ୍ତି ।
କ୍ୟାପିଟାଲ ଥାନାରେ କାର୍ୟ୍ୟରତ ଯୁଗଳ ସ୍ୱାଇଁଙ୍କୁ ବନମାଳୀପୁର ଫାଣ୍ଡିକୁ ବଦଳି କରାଯାଇଛି । ଖାରବେଳ ନଗର ଥାନାର ସ୍ୱୟଂପ୍ରକାଶ ମହାନ୍ତିଙ୍କୁ ଭରତପୁର ଥାନା, ଖଣ୍ଡଗିରି ଥାନାର ବାଦଲ କୁମାର ବରାଳଙ୍କୁ ଡିସିପି ଅଫିସକୁ ପଠାଯାଇଛି । ସେହିପରି ଭରତପୁର ଥାନାର ସତ୍ୟବ୍ରତ ଗ୍ରହାଚାର୍ୟ୍ୟଙ୍କୁ ଲକ୍ଷ୍ମୀସାଗର ଥାନା, ଲକ୍ଷ୍ମୀସାଗର ଥାନାର ରମାନନ୍ଦ ସାହୁଙ୍କର ବାଲିଅନ୍ତା ଥାନାକୁ ବଦଳି ହୋଇଛି । ବନମାଳୀପୁର ଫାଣ୍ଡିର ହରେକୃଷ୍ଣ ପ୍ରଧାନଙ୍କର କ୍ୟାପିଟାଲ ଥାନାକୁ ବଦଳି କରାଯାଇଛି । ଚନ୍ଦ୍ରଶେଖରପୁର ଥାନାର ଧରଣୀଧର ପିଙ୍ଗଙ୍କୁ ନିର୍ବାଚନ ସେଲ୍‌, ଜଟଣୀ ଥାନାରେ କାର୍ୟ୍ୟରତ ସ୍ୱାତୀସ୍ନିଗ୍‌ଧା ନାୟକଙ୍କର ପାହାଳ ଥାନାକୁ ବଦଳି ହୋଇଛି ।
ରିଜର୍ଭ ଅଫିସରେ ଥିବା ଏସ୍‌ଆଇ ସ୍ମୃତିରଞ୍ଜନ ମହାନ୍ତିଙ୍କୁ ପାହାଳ ଥାନା, ଆର୍ତ୍ତବଲ୍ଲଭ କରଙ୍କୁ ବଡ଼ଗଡ଼ ଥାନା, ଶୁଭେନ୍ଦୁ ଶେଖର ସାହୁଙ୍କୁ ଖାରବେଳନଗର ଥାନା, ଜଗନ୍ନାଥ ନାୟକଙ୍କୁ ଲକ୍ଷ୍ମୀସାଗର ଥାନା, ବିଭୁନାରାୟଣ ସାହୁଙ୍କୁ ଧଉଳି ଥାନା, ଉମାକାନ୍ତ ସାହୁଙ୍କୁ ତମାଣ୍ଡୋଥାନା, ସନ୍ତୋଷ କୁମାର କରଙ୍କୁ ଶ୍ରୀଲିଙ୍ଗରାଜ ଥାନା, ନବଘନ ସାହୁଙ୍କୁ ଭୁବନେଶ୍ୱର ସଦର କୋର୍ଟ, କ୍ଷେମେନ୍ଦ୍ର ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ବଡ଼ଗଡ଼ ଥାନା, ମିର୍ଜା ଅନୱର ବାଗଙ୍କୁ ଡିଆଇବିକୁ ବଦଳି କରାଯାଇଛି । ରିଜର୍ଭ ଅଫିସରେ ଥିବା ଏଏସ୍‌ଆଇ ନିନି ଭୁକ୍ତାଙ୍କୁ ଭୁବନେଶ୍ୱର ସଦର କୋର୍ଟ, ସବିତା କରଙ୍କୁ ମୈତ୍ରୀ ବିହାର ଥାନା, ସୂର୍ୟ୍ୟମଣି ନାଏକଙ୍କୁ ଟ୍ରାଫିକ, ଥବିର କୁମାର ଖରାଙ୍କୁ ଜଟଣୀ ଥାନା ଓ ଜଟଣୀ ଥାନାର କାଳୀଶଙ୍କର ପଣ୍ଡାଙ୍କୁ ଜୋନ୍‌-୧ ଏସିପିଙ୍କ କାର୍ୟ୍ୟାଳୟକୁ ବଦଳି କରାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.