THE BYAPINI

ମହାପ୍ରଭୁଙ୍କ ଦର୍ଶନ କଲେ ପାଣ୍ଡିଆନ

Get real time updates directly on you device, subscribe now.

ପୁରୀ :  ପୁରୀରେ ଭି. କେ. ପାଣ୍ଡିଆନ୍। ଶନିବାର ଭୋରୁ ଭୋର ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କରିଥିଲେ। ଏଥିସହ ମା ବିମଳା, ଲକ୍ଷ୍ମୀ ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କ ଦର୍ଶନ ମଧ୍ୟ କରିଥିଲେ।
ଏହାପରେ  ପାଣ୍ଡିଆନ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଚତୁପାର୍ଶ୍ବ ବୁଲିଥିଲେ। ଶ୍ରୀମନ୍ଦିର ଦକ୍ଷିଣ, ଉତ୍ତର ଓ ପଶ୍ଚିମ ଦ୍ବାର ଚତୁପାର୍ଶ୍ବ ବୁଲି ପରିକ୍ରମା ମାର୍ଗରେ ଭକ୍ତଙ୍କ ବିଭିନ୍ନ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ। ତେବେ ଗତ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଗନ୍ନାଥ ପ୍ରେମୀ ତଥା ଭକ୍ତଙ୍କ ଉଦ୍ଦେଶ୍ୟରେ ପରିକ୍ରମା ମାର୍ଗ ଲୋକାର୍ପଣ କରିଥିଲେ। ଏହା ପୂର୍ବରୁ ପ୍ରତି ଶନିବାର ଓ ଅନ୍ୟ ଦିନ ମାନଙ୍କରେ ମଧ୍ୟ ପାଣ୍ଡିଆନ ପୁରୀ ଗସ୍ତରେ ଆସି ସମସ୍ତ କାର୍ୟ୍ୟର ସମୀକ୍ଷା କରୁଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.