ଚିଲିକାରେ ଡଲଫିନ୍ ଗଣନା ଆରମ୍ଭ
ବ୍ରହ୍ମଗିରି : ଶନିବାର ଚିଲିକାରେ ଡଲଫିନ୍ ଗଣନା । ସକାଳ ୬ଟାରୁ ଆରମ୍ଭ ହୋଇଛି ଗଣନା କାର୍ୟ୍ୟ ।। ଚିଲିକାରେ ଦେଖା ଦେଉଥିବା ଇରାୱ।, ଡି ଡଲଫିନ୍ ଏବଂ ଚିଲିକା-ସମୁଦ୍ର ମୁହାଣରେ ଦେଖା ଦେଉଥିବା ବଟଲ୍-ନୋଚ୍ ଡଲଫିନ୍ର ଗଣନା କରାଯିବ ।
ପ୍ରତିବର୍ଷ ଭଳି ଚଳିତ ବର୍ଷ ସମଗ୍ର ଚିଲିକା ଏରିଆରେ ଅର୍ଥାତ ଚିଲିକା ବନ୍ୟପ୍ରାଣୀ ଡିଭିଜନ (ବାଲୁଗାଁ) ଅଧିନରେ ଥିବା ୫ଟି ରେଞ୍ଜ୍ ଇଲାକାରେ ଏହି ଡଲଫିନ୍ ଗଣନା ଚାଲିଛି । ୪ ଦିନ ଧରି ଏହି ଗଣନା କାର୍ୟ୍ୟ ଚାଲିବ ବୋଲି ଚିଲିକା ବନ୍ୟପ୍ରାଣୀ ବିଭାଗ ଡିଭିଜନ (ବାଲୁଗାଁ)ର DFO ଅମ୍ଲାନ କୁମାର ନାୟକ କହିଛନ୍ତି ।