THE BYAPINI

ପୂର୍ବତନ ବିଧାୟକ ଜୟ ନାରାୟଣ ମହାନ୍ତିଙ୍କ ପରଲୋକ

Get real time updates directly on you device, subscribe now.

ଜଳେଶ୍ୱର: ପରଲୋକରେ ଜୟ ନାରାୟଣ ମହାନ୍ତି । ଜୟ ନାରାୟଣ ମହାନ୍ତି ହେଉଛନ୍ତି ଜଳେଶ୍ୱରର ପୂର୍ବତନ ବିଧାୟକ। ଜଳେଶ୍ବରରୁ କ୍ରମାଗତ ୨ ଥର କଂଗ୍ରେସ ବିଧାୟକ ଥିଲେ ଜୟନାରାୟଣ । ସେ ୧୯୯୫ ଓ ୨୦୦୦ ମସିହାରେ ଜଳେଶ୍ୱର ବିଧାନସଭାରୁ ବିଧାୟକ ହୋଇଥିଲେ। ସେ ଦୀର୍ଘଦିନରୁ ଅସୁସ୍ଥ ଥିଲେ ।  ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିିଛ। ଆଜି ସକାଳୁ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିବା ସୂଚନା। ତାଙ୍କ ବିୟୋଗରେ ସମଗ୍ର ଉତ୍ତର ବାଲେଶ୍ବରରେ ଶୋକର ଶାୟା ଖେଳି ଯାଇଛି ।

ଜୟନାରାୟଣ କଂଗ୍ରେସର ଜଣେ ଟାଣୁଆ ନେତା ଥିଲେ। ସେ ଜଳେଶ୍ୱରରୁ କ୍ରମାଗତ ୨ ଥର କଂଗ୍ରେସ ବିଧାୟକ ହୋଇଥିଲେ। ପରବର୍ତ୍ତୀ ସମୟରେ ୨୦୧୯ରେ ସେ ଭାଜପାରେ ସାମିଲ ହୋଇଥିଲେ। ଜଳେଶ୍ୱର ନିର୍ବାଚନମଣ୍ଡଳୀରୁ ସେ ଭାଜପାର ପ୍ରାର୍ଥୀ ହୋଇଥିଲେ। ଏବେ ତାଙ୍କର ପରଲୋକ ଖବର ଜଣାପଡ଼ିବା ପରେ ଜଳେଶ୍ୱର ନିର୍ବାଚନମଣ୍ଡଳୀର ଲୋକେ ଶୋକ ପ୍ରକାଶ କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.