THE BYAPINI

ସାଧାରଣତନ୍ତ୍ର ଦିବସ: କିଏ କେଉଁଠି ପତାକା ଉତ୍ତୋଳନ କରିବେ ଜାଣନ୍ତୁ

Get real time updates directly on you device, subscribe now.

ଭୁବନେଶ୍ୱର : ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ଅବସରରେ  କିଏ କେଉଁଠି  ପତାକା ଉତ୍ତୋଳନ କରିବେ  ସେନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ତାଲିକା ପ୍ରକାଶ ପାଇଛି  । ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ କିଏ କେଉଁଠି  ପତାକା ଉତ୍ତୋଳନ କରିବେ  ଆସନ୍ତୁ ଜାଣିବା ପୁରା ତାଲିକା।

ଆସନ୍ତା ସାଧାରଣତନ୍ତ୍ର ଦିବସରେ ରାଜ୍ୟପାଳ ରଘୁବର ଦାସ ଭୁବନେଶ୍ୱରର ଲୋୟର ପିଏମଜିରେ ପତାକା ଉତ୍ତୋଳନ କରିବେ। ଏହାବାଦ୍ ୧୭ ଜଣ ମନ୍ତ୍ରୀ ୧୭ ଟି ଜିଲାର ସଦର ମହକୁମାରେ, ୨ଟି ସ୍ଥାନରେ ଆରଡିସି ଏବଂ ୯ଟି ଜିଲାରେ ସ୍ଥାନୀୟ ଜିଲାପାଳ ପତାକା ଉତ୍ତୋଳନ କରିବେ।


କନ୍ଧମାଳରେ ଅର୍ଥମନ୍ତ୍ରୀ ବିକ୍ରମକେଶରୀ ଆରୁଖ ପତାକା ଉତ୍ତୋଳନ କରିବାକୁ ଥିବାବେଳେ ସୁନ୍ଦରଗଡ଼ରେ ଜଙ୍ଗଲ ମନ୍ତ୍ରୀ ପ୍ରଦୀପ ଅମାତ, ପୁରୀରେ ଖଣି ମନ୍ତ୍ରୀ ପ୍ରଫୁଲ ମଲ୍ଲିକ, ଜଗତସିଂହପୁରରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସୋନପୁରରେ ମନ୍ତ୍ରୀ ଉଷା ମନ୍ତ୍ରୀ ଓ କେନ୍ଦୁଝରରେ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ପତାକା ଉତ୍ତୋଳନ କରିବେ ।

 ସେହିପରି  ମୟୁରଭଞ୍ଜରେ ମନ୍ତ୍ରୀ ଅଶୋକ ପଣ୍ଡା, ବଲାଙ୍ଗୀରରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ , କଟକରେ ମନ୍ତ୍ରୀ ସୁଦାମ ମାରାଣ୍ଡି, ଗଞ୍ଜାମରେ ମନ୍ତ୍ରୀ ଜଗନ୍ନାଥ ସାରକା, ସମ୍ବଲପୁରରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, କଳାହାଣ୍ଡିରେ ମନ୍ତ୍ରୀ ଟୁକୁନି ସାହୁ, ଅନୁଗୁଳରେ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ବାଲେଶ୍ୱରରେ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍‌, ଝାରସୁଗୁଡ଼ାରେ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ, ନୂଆପଡ଼ାରେ ମନ୍ତ୍ରୀ ରୀତା ସାହୁ  ଓ କୋରାପୁଟରେ ମନ୍ତ୍ରୀ ତୁଷାରକାନ୍ତି ବେହେରା ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ରହିଛି । 

ଅନ୍ୟପକ୍ଷରେ ବ୍ରହ୍ମପୁର ଓ ରାଉରକେଲାରେ ଆରଡିସି ପତକା ଉତ୍ତୋଳନ କରିବେ । ତେବେ ବରଗଡ଼, ଭଦ୍ରକ, ବୌଦ୍ଧ, ଦେଓଗଡ଼, ଢେଙ୍କାନାଳ, ଗଜପତି, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼ ଓ ରାୟଗଡ଼ା ଭଳି ଜିଲ୍ଲାରେ ଜିଲ୍ଲାପାଳମାନେ ପତକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ରହିଛି ।  

Get real time updates directly on you device, subscribe now.

Leave A Reply

Your email address will not be published.