THE BYAPINI

ଦିବ୍ୟ ମୁହୂର୍ତ୍ତକୁ ଆପେକ୍ଷା, ଦିନ ୧୨.୨୦ଟାରୁ ପ୍ରାଣ ପ୍ରତିଷ୍ଠା ଉତ୍ସବ

Get real time updates directly on you device, subscribe now.

ଅଯୋଧ୍ୟା:  ଜନ୍ମଭୂମିରେ ବିରାଜିବେ ପ୍ରଭୁ ରାମଲାଲା । ମର୍ୟ୍ୟାଦା ପୁରୁଷୋତ୍ତଙ୍କୁ ବିଦ୍ୟ ରୂପକୁ ଦେଖିବାକୁ ବ୍ୟାକୁଳ ହେଲେଣି ଭକ୍ତ । ସଜେଇ ହୋଇଛି ଅଯୋଧ୍ୟ, ଦେଶରୁ ବିଦେଶ ସବୁଠି ରାମମୟ । ରାମଭକ୍ତଙ୍କ ପାଇଁ ଉପନୀତ ହୋଇଛି ଦିବ୍ୟ ମୁହୂର୍ତ୍ତ 
ସୋମବାର ଅଯୋଧ୍ୟା ରାମ ମନ୍ଦିରରେ ପ୍ରଭୁ ରାମଲଲାଙ୍କ ବିଗ୍ରହର ହେବ ପ୍ରାଣ ପ୍ରତିଷ୍ଠା । ଅପରାହ୍ନ ୧୨ଟା ୨୦ରୁ ୧ଟା ପର୍ୟ୍ୟନ୍ତ ପ୍ରାଣ ପ୍ରତିଷ୍ଠାର ମୁହୂର୍ତ୍ତ ରହିଛି । ତେବେ ମାତ୍ର ୮୪ ସେକେଣ୍ଡର ଦିବ୍ୟ ମୁହୂର୍ତ୍ତ ମଧ୍ୟରେ ହିଁ ରାମଲଲା ବିରାଜମାନ କରିବେ । ତାହା ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସମାରୋହର ଷଷ୍ଠ ଦିନରେ ରାମଲଲାଙ୍କୁ ୧୨୧ କଳସ ଜଳରେ ସ୍ନାନ କରାଯାଇଛି । ସ୍ୱତନ୍ତ୍ର ପୂଜା ହୋଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯଜମାନିରେ ପ୍ରାଣ ପ୍ରତିଷ୍ଠା ସମାରୋହ ଆୟୋଜନ ହେବ । ଅପରାହ୍ଣ ୧୨ଟା ୨୦ରୁ ୧ଟା ପର୍ୟ୍ୟନ୍ତ ପ୍ରାଣ ପ୍ରତିଷ୍ଠା କାର୍ୟ୍ୟକ୍ରମରେ ସାମିଲ ହେବେ । ଏହାପରେ ଅପରାହ୍ଣ ୧ଟାରେ ସଭାକୁ ସମ୍ବୋଧନ କରିବେ । ଅପରାହ୍ନ ୨ଟା ୧୦ରେ କୁବେର ଟିଲା ଦର୍ଶନ କରି ଦିଲ୍ଲୀ ଫେରିଯିବେ । ଅଯୋଧ୍ୟାରେ ସେ ପ୍ରାୟ ୪ ଘଣ୍ଟା ବିତାଇବେ ।
ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟ ଯଜମାନ ସାଜିବେ । ସେ ରାମଲଲାଙ୍କ ମୂର୍ତ୍ତିରୁ ପରଦା ହଟାଇବେ । ଭଗବାନଙ୍କ ଆଖିରେ କଜ୍ଜଳ ଲଗାଇ ଆଇନା ଦେଖାଇବେ । ଏହାପରେ ଭଗବାନଙ୍କୁ ସୁନା ବସ୍ତ୍ର ପିନ୍ଧାଯିବ ଏବଂ ଛପନ ଭୋଗ ଲଗାଯିବ । ୧ ମିନିଟ୍‌ ୨୪ ସେକେଣ୍ଡର ବିଶେଷ ପୂଜା କରାଯିବ । ତେବେ ଶୁଭ ମୁହୂର୍ତ୍ତ ୧୨ଟା ୨୯ ମିନିଟ୍‌ ୮ ସେକେଣ୍ଡରୁ ୧୨ଟା ୩୦ ମିନିଟ୍‌ ୩୨ ସେକେଣ୍ଡ ପର୍ୟ୍ୟନ୍ତ ରହିବ । ଅର୍ଥାତ ଶୁଭ ମୁହୂର୍ତ୍ତ ମାତ୍ର ୮୪ ସେକେଣ୍ଡର ହେବ । ପୂଜାବିଧିର ଯଜମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ଶ୍ରୀରାମଲଲାଙ୍କର ବିଗ୍ରହର ପ୍ରାଣ ପ୍ରତିଷ୍ଠା ହେବ ।  

Get real time updates directly on you device, subscribe now.

Leave A Reply

Your email address will not be published.