୨ ଅଫିସରଙ୍କୁ ଚାକିରିରୁ ବହିଷ୍କୃତ କଲା ରେଳ ବିଭାଗ
ଭୁବନେଶ୍ବର: ବାହାନଗା ଟ୍ରେନ୍ ଦୁର୍ଘଟଣାରେ ବଡ଼ ଆକ୍ସନ। ୨ ଅଫିସର ଚାକିରିରୁ ବହିଷ୍କୃତ କଲା ରେଳ ବିଭାଗ । ଘଟଣାର ତଦନ୍ତ ରିପୋର୍ଟ ପରେ ଆକ୍ସନ ନେଇଛି ରେଳ ବିଭାଗ। ସୂଚନା ଅନୁଯାୟୀ, ଷ୍ଟେସନ ସୁପରିଟେଣ୍ଡେଣ୍ଟ ଏସବି ମହାନ୍ତି ଏବଂ ଡିଭିଜନାଲ ଟ୍ରାଫିକ୍ ଇନ୍ସପେକ୍ଟର ଏକେ ଖୁଣ୍ଟିଆଙ୍କୁ ବହିଷ୍କାର କରାଯାଇଛି।
ସୂଚନାଯୋଗ୍ୟ ଯେ, ଗତ ଜୁନ୍ ୨ ତାରିଖରେ ବାଲେଶ୍ବର ଜିଲ୍ଲା ବାହାନଗାରେ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ୨୯୩ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧ ହଜାରରୁ ଅଧିକ ଆହତ ହୋଇଥିଲେ । ଏହି ମର୍ମନ୍ତୁଦ ରେଳ ଦୁର୍ଘଟଣା ଦୋହଲାଇଦେଇଥିଲା ପୂରା ବିଶ୍ବକୁ।
ତେବେ ଘଟଣାରେ ସିବିଆଇ ଯାଞ୍ଚ ମଧ୍ୟ କରାଯାଇଥିଲା। ଅନେକ ଅଧିକାରୀଙ୍କୁ ଜେରା ମଧ୍ୟ କରାଯାଇଥିଲା। ଏହାପରେ ତିନି ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରାଯାଇଥିଲା।