THE BYAPINI

ଦୁଇ ଦିନ ପାଇଁ ଶୀତ ଲହରୀ ସମ୍ଭାବନା

Get real time updates directly on you device, subscribe now.

ଭୁବନେଶ୍ୱର : ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ମୁତାବିକ, ଆଗାମୀ ଦୁଇ ଦିନ ପାଇଁ ଝାରସୁଗୁଡ଼ା,ଦେବଗଡ଼, ସୁନ୍ଦରଗଡ଼ , ଅନୁଗୁଳ , କେନ୍ଦୁଝର ଜିଲ୍ଲାରେ ଶୀତ ଲହରୀ ସମ୍ଭାବନା ରହିଛି। ରାତିର ତାପମାତ୍ରା  ୪.୫ ଡିଗ୍ରୀ କମ୍ ରହିବ। ସର୍ବନିମ୍ନ ତାପମାତ୍ରା ଅତି କମ୍‌ ୧୦ ଡିଗ୍ରୀ ତଳେ ରହିବ। ସେହିପରି କେତେ ଜିଲ୍ଲରେ ଘନକୁହୁଡ଼ି ସମ୍ଭାବନା ରହିଛି। ଅନୁଗୁଳ,ଢ଼େଙ୍କାନାଳ, ସୋନପୁର, ବଲାଙ୍ଗୀର, ଗଞ୍ଜାମ, ଗଜପତି, ବୌଦ୍ଧ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, କଟକ ଜିଲ୍ଲରେ କୁହୁଡ଼ି ସମ୍ଭାବନା ରହିଛି।

ସେହିଭଳି ଆଗାମୀ ଦୁଇଦିନ ଯାଏଁ ଆଭ୍ୟନ୍ତରୀଣ ଓଡିଶାର କିଛି ଜିଲ୍ଲା ସମେତ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ଘନ କୁହୁଡି ସମ୍ଭାବନା ରହିଛି। ଏହି ସବୁ ଅଞ୍ଚଳରେ ଦୃଶ୍ୟମାନ ଦୂରତା ୨୦୦ ରୁ ୫୦ ମିଟର ମଧ୍ୟରେ ସୀମିତ ରହିବାର ସମ୍ଭାବନା। ଏଥିପାଇଁ ଯାତାୟତରେ ବାଧା ଉପୁଜିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଚେତାବନୀ ଜାରି ହୋଇଛି।

ଆଗାମୀ ୩ଦିନ ଯାଏଁ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିବାବେଳେ ପରବର୍ତୀ ସମୟରେ ଏଥିରେ ୨ ରୁ ୩ ଡ଼ିଗ୍ରୀ ଯାଏଁ ବୃଦ୍ଧି ଘଟିବାରେ ସମ୍ଭାବନା ରହିଛି। ତଥା ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର, ଦେବଗଡ ଏବଂ ଅନୁଗୁଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଶୀତଲହରୀ ଅନୁଭୂତ ହେବା।

Get real time updates directly on you device, subscribe now.

Leave A Reply

Your email address will not be published.