ବିଶ୍ୱସ୍ତରୀୟ ହେବ ପାରାଦୀପ ବନ୍ଦର
ବିଶ୍ୱସ୍ତରୀୟ ହେବ ପାରାଦୀପ ବନ୍ଦର ପାରାଦୀପ ବନ୍ଦରର ବିକାଶ ପାଇଁ କେନ୍ଦ୍ର କ୍ୟାବିନେଟ ବୁଧବାରଦିନ ପ୍ରାୟ ୩ ହଜାର କୋଟି ଟଙ୍କା ମଂଜୁର କରିଛନ୍ତି । କେନ୍ଦ୍ର କ୍ୟାବିନେଟରେ ଏନେଇ ନିଷ୍ପତିି ନିଆଯାଇଛି । ନ୍ଦରରେ ଓ୍ୱେଷ୍ଟର୍ଣ୍ଣ ଡକ୍ ନିର୍ମାଣ ହେବ । ଯାହା ଫଳରେ ବନ୍ଦରକୁ କେପ୍ ସାଇଜ୍ ଭେସେଲ ଆସିପାରିବ । କମ୍ ସମୟ ମଧ୍ୟରେ ଅଧିକ ମାଲ ପରିବହନ ନେଇ ବଡ଼ ଜାହାଜ ନିର୍ମାଣ ଚାଲିଛି । ହେଲେ ସେ ସବୁ ଡକ୍ ମଧ୍ୟକୁ ଆସିପାରୁନଥିବାରୁ ନୂଆ ଡକ୍ ନିର୍ମାଣ କରାଯିବ ।
ବିଶ୍ୱର ବିଜିନେସ ହବ’ ହେବ ଓଡିଶାର ପାରାଦୀପ । ଜାହାଜ ଚଳାଚଳ ମନ୍ତ୍ରୀ ମନସୁଖ ମଣ୍ଡଭିୟା ଏହି ସୂଚନା ଦେଇଛନ୍ତି । ୩ ହଜାର ୪ କୋଟି ୬୩ ଲକ୍ଷ ଟଙ୍କା ବ୍ୟୟରେ ହେବାକୁ ଥିବା ଏହି ପ୍ରକଳ୍ପ ସରକାରୀ ଓ ବେସରକାରୀ ସହଯୋଗ ତଥା ପିପିପି ମୋଡରେ ନିର୍ମାଣ କରାଯିବ ବୋଲି ମଧ୍ୟ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଆସନ୍ତା ୫ ବର୍ଷ ମଧ୍ୟରେ ବନ୍ଦର ମାଧ୍ୟମରେ ଆଶା କରାଯାଉଥିବା ବାର୍ଷିକ କାରବାର ବାର୍ଷିକ ୧୭୦ ମିଲିୟନ ଟନ୍ ଅତିକ୍ରମ କରିବ। ଏହି ପ୍ରକଳ୍ପ ମାଧ୍ୟମରେ ବାର୍ଷିକ ୨୫ ମିଲିୟନ୍ ଟନ୍ କ୍ଷମତା ସୃଷ୍ଟି କରିବାକୁ ଯୋଜନା କରାଯାଇଛି । ଏହା ସହ ପାରାଦୀପରେ ସଠିକ୍ ବ୍ୟବସ୍ଥା ନଥିବାରୁ ବଡ଼ ବଡ଼ ଜାହାଜ ଏଠାକୁ ନଆସି କଲମ୍ବୋ ଓ ସିଙ୍ଗାପୁର ଅଭିମୁଖେ ଯାଉଛନ୍ତି। ବଡ଼ ଜାହାଜ ଆଣିବାକୁ ଭାରତରେ ବଡ଼ ବନ୍ଦର ଓ ଡକ୍ ଦରକାର। ତେବେ ପ୍ରସ୍ତାବିତ ପ୍ରକଳ୍ପ ଶେଷ ହେବା ପରେ ବଡ଼ ବଡ଼ ଜାହାଜ ପାରାଦୀପ ବନ୍ଦରକୁ ଆସିପାରିବେ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ବଡ ଜାହାଜ ଆଣିବାକୁ ଭାରତକୁ ବଡ ବନ୍ଦର ଓ ଡକ ଦରକାର । ନବୀକରଣ ପରେ ପାରାଦୀପ ବନ୍ଦରକୁ ସେସବୁ ଜାହାଜ ଆସିପାରିବ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନେଇ ପ୍ରଧାନମନ୍ତ୍ରୀ ଓ ଜାହାଜ ଚଳାଚଳ ମନ୍ତ୍ରୀ ମନସୁଖ ମଣ୍ଡଭିୟାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।ଏହି ବିକାଶ କାର୍ୟ୍ୟ ସଂପୂର୍ଣ୍ଣ ହେଲେ କୋଇଲା, ଚୂନପଥର, ଲୁହାପଥର ଆମଦାନୀ-ରପ୍ତାନି କରୁଥିବା ବୃହତ ଜାହାଜମାନଙ୍କ ପାଇଁ ପାରାଦୀପ ବନ୍ଦର ବେଶ ସୁବିଧାଜନକ ହେବ ।