THE BYAPINI

ବିଶ୍ୱ ଦେଖିବ ବଡ଼ମେଡିକାଲ

Get real time updates directly on you device, subscribe now.

ବିଶ୍ୱସ୍ତରୀୟ ହସ୍ପିଟାଲ ହେବ ଏସସିବି ହସ୍ପିଟାଲ । ସ୍ୱାସ୍ଥ୍ୟ ସେବା ପାଇଁ ଓଡ଼ିଶାବାସୀଙ୍କର ବିଶ୍ୱାସର କେନ୍ଦ୍ର କଟକ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜର ନବକଳେବର ହେବ । ଏଥିପାଇଁ ୩ ହଜାର ୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ । । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି। ଏହିି ସମ୍ମାନଜନକ ଅନୁଷ୍ଠାନକୁ ଏକ ବିଶ୍ୱସ୍ତରୀୟ ଚିକିତ୍ସା ଅନୁଷ୍ଠାନ ଭାବରେ ବିକଶିତ କରିବା ଲକ୍ଷ୍ୟ ନେଇ ଏହି ପ୍ରକଳ୍ପ ୫-ଟି କାର୍ୟ୍ୟକ୍ରମ ଅଧୀନରେ କାର୍ୟ୍ୟକାରୀ କରାଯିବ।

କଟକ ଶ୍ରୀରାମଚନ୍ଦ୍ର ମେଡିକାଲ କଲେଜ ଓ ହସ୍ପିଟାଲ ବିଶ୍ୱସ୍ତରୀୟ ହେବ । ସରକାରୀ ସ୍ତରରେ ମେଡିକାଲ କଲେଜ ପାଇଁ ଦେଶର ସର୍ବ ବୃହତ ପ୍ରକଳ୍ପ । ଏହାକୁ ନବକଳେବର କରାଯିବ । ଏସାଧାରଣ ଲୋକଙ୍କୁ ମିଳିବ ଉନ୍ନତ ଚିକିତ୍ସା ସେବା। ଲକ୍ଷ୍ୟ, ଏମ୍‌ସ ପ୍ଲସ। ପ୍ରଥମ ପର୍ୟ୍ୟାୟରେ ୩୫୦୦ ଶର୍ୟ୍ୟର ସୁବିଧା ରହିବ । ପରେ ଦ୍ୱିତୀୟ ପର୍ୟ୍ୟାୟରେ ଏହାକୁ ୫ ହଜାରକୁ ବୃଦ୍ଧି କରାଯିବ । ଟ୍ ୧୭୫ ଏକର ଜମିରେ ଏହି ପ୍ରକଳ୍ପର ନିର୍ମାଣ ହେବ । ୩ ବର୍ଷରେ ସଂପୂର୍ଣ୍ଣ ହେବାକୁ ଥିବା ଏହି ପ୍ରକଳ୍ପରେ ଡାକ୍ତର, ରୋଗୀ, ରୋଗୀଙ୍କ ସହାୟକ, ସ୍ୱାସ୍ଥ୍ୟ କର୍ମଚାରୀ ସମସ୍ତଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହେବ ।

ମେଡିକାଲ କଲେଜ ଓ ହସ୍‌ପିଟାଲ ପାଇଁ ସରକାରୀ ସ୍ତରରେ ଏହା ଦେଶର ସର୍ବ ବୃହତ ପ୍ରକଳ୍ପ। ହସ୍ପିଟାଲରେ ୧୨୮୦ଟି ସରକାରୀ ବାସଗୃହ, ୨୨୦୦ ଛାତ୍ରଛାତ୍ରୀଙ୍କ ରହିବା ପାଇଁ ଛାତ୍ରାବାସ ମଧ୍ୟ ନିର୍ମାଣ କରାଯିବ । ୨୦୨୧ରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏହା ଏକ ନୂଆ ଯୁଗର ସଂକେତ ଦେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ୫ଞ କାର୍ୟ୍ୟକ୍ରମ ଅଧିନରେ ଚିକିତ୍ସା ଓ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ଲକ୍ଷ୍ୟ ନେଇ ଆରମ୍ଭ ହେବାକୁ ଥିବା ଏହି ପ୍ରକଳ୍ପ ରୋଗୀମାନଙ୍କୁ ସୁଲଭ ତଥା ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇବାରେ ଏକ ଉଦାହରଣ ହୋଇବ ।

ବହୁ ଓଡ଼ିଆ ଡାକ୍ତର ଦେଶ ବିଦେଶରେ ଚିକିତ୍ସା ସେବା ଯୋଗାଇ ସୁନାମ ଅର୍ଜନ କରିଛନ୍ତି । ସେମାନେ ଯେପରି ସେମାନଙ୍କ ଜନ୍ମ ମାଟିରେ ସେମାନଙ୍କ ଦକ୍ଷତାକୁ ଓଡ଼ିଶାବାସୀଙ୍କ ସେବାରେ ଲଗାଇ ପାରିବେ, ସେଥିପାଇଁ ଏକ ଉତ୍ତମ ପରିବେଶ ସୃଷ୍ଟି କରାଯିବ । ସମସ୍ତଙ୍କ ସହଯୋଗରେ ଏହି ଅନୁଷ୍ଠାନ ଦିନେ ଦେଶର ଶ୍ରେଷ୍ଠ ୩ଟି ଚିକିତ୍ସା ଅନୁଷ୍ଠାନ ମଧ୍ୟରେ ସ୍ଥାନ ପାଇବାରେ ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.