THE BYAPINI

ଓଡିଶାରେ କେମିତି ମିଳିବ କରୋନା ଟିକା?

Get real time updates directly on you device, subscribe now.

ଦେଶରେ ଜରୁରୀକାଳୀନ ଭାବେ ଅକ୍ସଫୋର୍ଡ ଏଷ୍ଟ୍ରଜେନିକା ଟିକା କୋଭିସିଲ୍ଡକୁ ଅନୁମତି ଦେଇଛି ଡିସିଜିଆଇ । ଟିକାକରଣ ଲାଗି ଆସନ୍ତାକାଲି ଦେଶବ୍ୟାପୀ ଡ୍ରାଏ ରନ୍ ହେବାକୁ ଥିବା ବେଳେ ନୂତନ ବର୍ଷର ପ୍ରଥମ ଦିନରେ ସିରମ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡକୁ ଅନୁମତି ମିଳିଛି । ତେବେ ଓଡିଶାରେ କେମିତି ଦିଆଯିବ କରୋନା ଟିକା । ଏନେଇ ବ୍ଲୁ ପ୍ରିଂଟ ବା ନକ୍ସା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର ।

କେନ୍ଦ୍ରରୁ ଟିକା ଆସିବା ପରେ ପ୍ରଥମେ ଟିକାକୁ ରାଜ୍ୟ ଟିକା ଷ୍ଟୋରରେ ରଖାଯିବ । ତାପରେ ସେଠାରୁ ଦୁଇଟି ଆଞ୍ଚଳିକ ଟୀକା ଷ୍ଟୋରକୁ ପାଠଯିବ । ଆଞ୍ଚଳିକ ଷ୍ଟୋରରୁ ୩୨ଟି ଜିଲ୍ଲା ଟିକା ଷ୍ଟୋରକୁ ପଠାଯିବ। ସେଠାରୁ ୧୨ ଶହ ୨୨ଟି କୋଲ୍ଡ ଚେନ୍ ପଏଣ୍ଟକୁ ପଠାଯିବ । ସେଠାରୁ ୨୯ ହଜାର ୨୭୨ ସେସନ ସାଇଟକୁ ପଠାଯିବ । ସେଠାରେ ଟୀକା ଦିଆଯିବ ।

ଆସନ୍ତାକାଲି ରାଜ୍ୟର ୩୧ଟି ସ୍ଥାନରେ କରୋନା ଟିକାର ଡ୍ରାଏ ରନ୍ ହେବ । ୩୦ଟି ଜିଲ୍ଲା ମୁଖ୍ୟାଳୟ ଏବଂ କ୍ୟାପିଟାଲ ହସ୍ପିଟାଲରେ ପ୍ରସ୍ତୁତି ହୋଇଛି । ଗୋଟିଏ କେନ୍ଦ୍ରରେ ୨୫ ଜଣଙ୍କୁ ଏହି ଡ୍ରାଏ ରନ୍ ହେବ । ସବୁ ଟିକାକରଣ କେନ୍ଦ୍ରରେ ଜଣେ ଭ୍ୟାକ୍ସିନେଟରଙ୍କୁ ମିଶାଇ ୫ଜଣିଆ ଟିମ୍ ଉପସ୍ଥିତ ରହିବେ । ପ୍ରାଥମିକ ପର‌୍ୟ୍ୟାୟରେ ୩ ଲକ୍ଷ ୭୦ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା ଭାକ୍ସିନ ଦିଆଯିବ ।

Get real time updates directly on you device, subscribe now.

Leave A Reply

Your email address will not be published.