THE BYAPINI

ଡିଜିଟାଲ ମିଡିଆରେ ଗାଏବ ଶାନ୍ତିଭୁଷଣ ମିଶ୍ର?

Get real time updates directly on you device, subscribe now.

ଶାନ୍ତିଭୁଷଣ ମିଶ୍ର । ଓଡିଆ ସାମ୍ବାଦିକତା ଜଗତର ଚିହ୍ନାଜଣା ନାଁ । ଘରେ ଘରେ ବେଶ ପରିଚିତ ଥିବା ବ୍ୟକ୍ତିତ୍ୱ ହଠାତ୍ ସାମ୍ବାଦିକତା ଜଗତରେ କୁଆଡେ ଉଭାନ ହୋଇଗଲେ ବୋଲି ଗଳିକନ୍ଦିରେ ଚର୍ଚ୍ଚା । ବାସ୍ତବତା ଯଦିଓ କିଛିଟା ଅଲଗା, ହେଲେ ଟିଭି ସ୍କ୍ରୀନରୁ ଗାଏବ ହୋଇଯିବା ପରେ ମୋବାଇଲ ସ୍କ୍ରୀନରେ ସେଭଳି ନିଜର ଛାପ ନଛାଡି ପାରିବାରୁ ଲୋକଙ୍କ ମନରେ ଏହି ପ୍ରଶ୍ନ ଉଠିଛି ବୋଲି କୁହାଯାଉଛି । ଖାସ କରି ଗଣମାଧ୍ୟମରେ ରୁଚି ରଖିଥିବା ବ୍ୟକ୍ତିତ୍ୱ ଏବେ ଏହି ପ୍ରଶ୍ନ ଉଠାଉଛନ୍ତି ।

ପାଠକଙ୍କ ଅବଗତି ନିମନ୍ତେ ଜଣାଇବାକୁ ଚାହୁଁ, ଶାନ୍ତିଭୁଷଣ ଏବେ ଅର୍ଗସରେ ଆସୋସିଏଟ ଏଡିଟର ଭାବେ କାର୍ଯ୍ୟରତ ଅଛନ୍ତି । ନୁଆ ନୁଆ ଟ୍ୟାଲେଂଟକୁ ଖୋଜି ସୁଯୋଗ ଦେବାରେ ବିଶ୍ୱାସ ରଖୁଥିବା ଏହି ସାମ୍ବାଦିକ ଅର୍ଗସରେ ଚାଲିଥିବା ନିଯୁକ୍ତି ପ୍ରକ୍ରିୟାରେ ବେଶ ସକ୍ରିୟ ଭୁମିକାରେ ଅଛନ୍ତି । ଶୁଣିବାକୁ ମିଳୁଛି, ସେ ଚାହୁଁଥିବା ସାମ୍ବାଦିକଙ୍କୁ ତୁରନ୍ତ ନିଯୁକ୍ତି ମଧ୍ୟ ମିଳିଯାଉଛି । ମିଶନ ମୋଡରେ ଏବେ କାର୍ଯ୍ୟ କରୁଥିବା ଶାନ୍ତିଭୁଷଣ କିନ୍ତୁ ସ୍କ୍ରୀନରୁ ଦୂରେଇ ରହିବା ଠିକ ହେଉନଥିବା ବିଶେଷଜ୍ଞ ମତ ରଖିଛନ୍ତି ।

ଓଟିଭିର ସବୁଠାରୁ ସିନିୟର ରିପୋର୍ଟର ଥିବା ଶାନ୍ତିଭୁଷଣ ମିଶ୍ର ରାଜ୍ୟର ୧ ନମ୍ବର ଚ୍ୟାନେଲକୁ ଛାଡିବା ପରେ ଅର୍ଗସରେ ସାମିଲ ହୋଇଥିଲେ । ଅର୍ଗସ ଖୁବଶୀଘ୍ର ଓଡିଶାରେ ଡିଜିଟାଲ ପ୍ଲାଟଫର୍ମରୁ ଟିଭି ମିଡିୟମକୁ ଆସିବାକୁ ଯାଉଛି । ତେଣୁ ନୁଆ ଏକ ସମ୍ଭାବନାର ସହ ନୁଆ କିଛି କରିବାକୁ ଆଶା ରଖି ଶାନ୍ତିଭୁଷଣ ମିଶ୍ର ଅର୍ଗସରେ ସାମିଲ ହୋଇଥିଲେ । ହେଲେ ଡିଜିଟାଲ ମିଡିଆ ଉପରେ ନଜର ରଖୁଥିବା ବିଶେଷଜ୍ଞଙ୍କ ମତରେ ଶାନ୍ତିଭୁଷଣ ଓଟିଭିରେ ଯେଉଁ ସୁଯୋଗ ପାଉଥିଲେ, ଅର୍ଗସରେ ସେହି ସୁଯୋଗ ପାଇନାହାନ୍ତି । ହୁଏତ ସେ ଅନ୍ୟ କିଛି କାର୍ଯ୍ୟରେ ବ୍ୟସ୍ତ ରହୁଥିବେ, ହେଲେ ଓଟିଭିରେ ସବୁଦିନ ଶାନ୍ତିଭୁଷଣଙ୍କ ଷ୍ଟୋରୀ ଆଉ ରାତି ୯ଟାରେ ବିତର୍କ ଦେଖୁଥିବା ବ୍ୟକ୍ତି ନିହାତି ଭାବେ ଶାନ୍ତିଭୁଷଣଙ୍କୁ ମିସ୍ କରୁଥିବେ ।

ଅର୍ଗସରେ ଗତ କିଛି ଦିନ ମଧ୍ୟରେ ସବୁଠାରୁ ବଡ ଖବର ରହିଛି ପରୀ ମାମଲା । ପରୀକୁ ନ୍ୟାୟ ଦେବା ପାଇଁ ଏହି ୱେବ ପ୍ଲାଟଫର୍ମ ଯଥେଷ୍ଟ ଉଦ୍ୟମ ଜାରି ରଖିଛି । ହେଲେ ପରୀକୁ ନେଇ ଆସୁଥିବା ସବୁ ବଡ ଖବରରେ ଶାନ୍ତିଭୁଷଣଙ୍କୁ ଦେଖିବାକୁ ମିଳୁନି । ଖାସ୍ କରି ତାଙ୍କ ଖବରର ନିରପେକ୍ଷତାକୁ ମୋବାଇଲ ସ୍କ୍ରୀନରେ ଅନେକ ମିସ୍ କରୁଛନ୍ତି । ହେଲେ ସଂସ୍ଥାର ଅନ୍ୟ କର୍ତ୍ତୃପକ୍ଷ ଖାସ କରି ପରୀ ମାମଲାକୁ ଲୋକ ଲୋଚନକୁ ଆଣୁଥିବା ସାମ୍ବାଦିକ ଦୁର୍ଗାଶିଷ ଏହି ପ୍ରସଙ୍ଗରେ ବେଶ ଅଧିକ କ୍ରିୟାଶୀଳ ଅଛନ୍ତି । ସ୍କ୍ରୀନରେ ବେଶ୍ ଆଗ୍ରେସିଭ ରହୁଥିବା ଦୁର୍ଗାଶିଷ ପରୀ ମାମଲାରେ ଘରେ ଘରେ ପରିଚୟ ହାସଲ କରୁଥିବା ବେଳେ ଶାନ୍ତିଭୁଷଣ କିନ୍ତୁ ଏହି ପ୍ରସଙ୍ଗରେ ବେଶ ପଛରେ ରହିଯାଇଥିବାର ଚର୍ଚ୍ଚା ହେଉଛି ।

ଉଭୟ ଦୁର୍ଗାଶିଷ ଏବଂ ଶାନ୍ତିଭୁଷଣଙ୍କ ମଧ୍ୟରେ ଏକ ଫରକ ରହିଛି । ଶାନ୍ତିଭୁଷଣ ବେଶ ଶାନ୍ତ ଏବଂ ସରଳତାର ସହ ନିଜ ପକ୍ଷ ରଖିବାକୁ ଚାହୁଁଥିବା ବେଳେ ଦୁର୍ଗାଶିଷ ଖୁବ ଆଗ୍ରେସିଭ୍ । ଶାନ୍ତିଭୁଷଣଙ୍କ ପାଖରେ ଅକାଟ୍ୟ ଯୁକ୍ତି ଥିବା ବେଳେ ଦୁର୍ଗାଶିଷଙ୍କ ପାଖରେ ରହିଛି ଖବରକୁ ଜୋରେ ପରିବେଷଣ କରିବାର କଳା । ତେୁ ପରୀ ମାମଲାରେ ଶାନ୍ତିଭୁଷଣଙ୍କ ବଦଳରେ ଅର୍ଗସ କର୍ତ୍ତୃପକ୍ଷ ଦୁର୍ଗାଶିଷଙ୍କୁ ବାଛିଥାଇପାରନ୍ତି । ଏହା ଏକ ଚ୍ୟାନେଲର ଆଭ୍ୟନ୍ତରୀଣ ପ୍ରସଙ୍ଗ । ସେମାନେ କେଉଁ ପ୍ରସଙ୍ଗ ପାଇଁ କାହାକୁ ବାଛିବେ ଆଉ କାହାକୁ ବାଦ୍ ଦେବେ । ଶାନ୍ତିଭୁଷଣ ମଧ୍ୟ ପରୀ ମାମଲାରେ ଅନେକ ସୁଯୋଗ ପାଇଛନ୍ତି । ହେଲେ ଫେସବୁକରେ ଦୁର୍ଗାଶିଷ ଚୟନ କରୁଥିବା ପ୍ରସଙ୍ଗ ଅଧିକ ଲୋକଙ୍କୁ ପସନ୍ଦ ଆସୁଥିବା ବେଳେ ଏହି ମାମଲାରେ ଶାନ୍ତିଭୁଷଣ ଟିକିଏ ପଛରେ ରହିଯାଇଥିବା ଚର୍ଚ୍ଚା ହେଉଛି । ବିଶେଷଜ୍ଞଙ୍କ ମତରେ ଶାନ୍ତିଭୁଷଣଙ୍କୁ ନିଜ ବିତର୍କର ବିଷୟ ବାଛିଲା ବେଳେ ଆହୁରି ସତର୍କ ହେବାକୁ ପଡିପାରେ ।

ବଡ କଥା ହେଉଛି, ଓଟିଭିରେ ସବୁଦିନ ଶାନ୍ତିଭୁଷଣଙ୍କ ଷ୍ଟୋରୀ ଦେଖୁଥିବା ଦର୍ଶକ ତାଙ୍କ ବାବଦରେ ଅଧିକ ତଥ୍ୟ ଜାଣିବାକୁ ଚାହୁଁଛନ୍ତି । କାରଣ ଯେଉଁଦିନ ଫେସବୁକରେ ଓଟିଭି ଛାଡିବା ପ୍ରସଙ୍ଗକୁ ଶାନ୍ତିଭୁଷଣ ଉଲ୍ଲେଖ କରିଥିଲେ ସେତେବେଳେ ଶହ ଶହ ଲୋକ ତାଙ୍କ ପରବର୍ତ୍ତୀ ପଦକ୍ଷେପକୁ ଜାଣିବାକୁ ଚାହିଁଥିଲେ । ଆଉ ଏହାପରେ ଅର୍ଗସରେ ସାମିଲ ହୋଇଥିଲେ ଶାନ୍ତିଭୁଷଣ । ଲୋକଙ୍କ ହାତରେ ଆଜିକାଲି ମୋବାଇଲ ଅଧିକ ସମୟ ରହୁଥିବା ବେଳେ ଶାନ୍ତିଭୁଷଣ ଏଯାଏଁ ଏହି ପ୍ଲାଟଫର୍ମରେ ନିଜ ଛାପ ଛାଡିପାରିନାହାନ୍ତି । ଆଗକୁ ଏନେଇ ଶାନ୍ତିଭୁଷଣଙ୍କୁ ଆହୁରି ଯତ୍ନବାନ ହେବାକୁ ପଡିପାରେ ।

ଯେଉଁଭଳି ଟପିକ୍ ବାଛି ଦୁର୍ଗାଶିଷ ଫେସବୁକ ଲାଇଭକୁ ଆସୁଛନ୍ତି, କିଛି ସେଭଳି ଟପିକ ଶାନ୍ତିଭୂଷଣଙ୍କୁ ମଧ୍ୟ ବାଛିବାକୁ ପଡିବ । ଲୋକଙ୍କ ଭିତରେ ନିଜର ବାର୍ତ୍ତା ପହଁଚାଇବାକୁ ଡିଜିଟାଲ ମିଡିଆ ଅଧିକ ଉପଯୋଗୀ, ତେଣୂ ନିଜ ଫ୍ୟାନଙ୍କ ପାଖରେ ପହଁଚିବାକୁ ହେଲେ ଶାନ୍ତିଭୁଷଣଙ୍କୁ ଏଥିନେଇ ଅଧିକ କ୍ରିୟାଶୀଳ ହେବାକୁ ପଡିବ । ଶୁଣାଯାଉଛି ମାର୍ଚ୍ଚ ମାସରେ ଅର୍ଗସ ସାଟେଲାଇଟ ଚ୍ୟାନେଲ ଭାବେ ଆସିପାରେ । ସେତେବେଳେ ଶାନ୍ତିଭୁଷଣ ନିଜର କମାଲ ଦେଖାନ୍ତୁ, ସେଥିପାଇଁ ଆଗୁଆ ଶୁଭେଛା ।

Get real time updates directly on you device, subscribe now.

Leave A Reply

Your email address will not be published.