THE BYAPINI

କୋଭିସିଲ୍ଡ ପରେ କୋଭାକ୍ସିନ

Get real time updates directly on you device, subscribe now.

କରୋନା ଟିକାକୁ ନେଇ ଭଲ ଖବର । କୋଭିସିଲ୍ଡ ପରେ ଏବେ ଦେଶରେ ଭାରତ ବାୟୋଟେକ୍ ଦ୍ବାରା ପ୍ରସ୍ତୁତ କୋଭାକ୍ସିନ୍ ଟିକାକୁ ମାନବୀୟ ବ୍ୟବହାର ପାଇଁ ଅନୁମତି ମିଳିଛି । ସାରା ଦେଶରେ କରୋନା ଟିକାର ଡ୍ରାଏ ରନ୍ ପରୀକ୍ଷଣ ଚାଲିଛି। ଆଉ ଏହାରି ଭିତରେ ଭାରତ ପାଇଁ ପୁଣିଥରେ ଆଉ ଏକ ବଡ଼ ଉପଲବ୍ଧି ମିଳିଛି। ଦେଶବାସୀଙ୍କୁ ମିଳିବ ପ୍ରଥମ ସ୍ବଦେଶୀ ଟିକା। କୋଭାକ୍ସିନକୁ ଜରୁରିକାଳୀନ ପ୍ରୟୋଗ ପାଇଁ ମିଳିଲା ଅନୁମତି ।

ଭାରତ ବାୟୋଟେକର କରୋନା ଭ୍ୟାକ୍ସିନ ହେଉଛି କୋଭାକ୍ସିନ୍ । ଭାରତ ବାୟୋଟେକ୍ ଓ ଆଇସିଏମଆର ଦ୍ବାରା ପ୍ରସ୍ତୁତ ହୋଇଛି କୋଭାକ୍ସିନ। ସରକାରଙ୍କ ପକ୍ଷରୁ ଗଠନ ହୋଇଥିବା ପ୍ୟାନେଲ କୋଭାକ୍ସିନର କେବଳ ଜରୁରୀ କାଳିନ ବ୍ୟବହାର ପାଇଁ ଅନୁମତି ଦେଇଛି ଚୂଡ଼ାନ୍ତ ଅନୁମତି ଦିଆଯିବା ମାତ୍ରେ ପ୍ରାୟ ୭ ରୁ ୧୦ ଦିନ ମଧ୍ୟରେ ଟୀକାକରଣ ଆରମ୍ଭ ହୋଇପାରେ। କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (ସିଡିଏସସିଓ) ବିଶେଷଜ୍ଞ କମିଟି ପକ୍ଷରୁ ଏହି ସୁପାରିସ ଦିଆଯାଇଛି। କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (ସିଡିଏସସିଓ)ର ବିଶେଷଜ୍ଞ କମିଟି ପକ୍ଷରୁ କୁହାଯାଇଛି ଯେ ଭାରତ ବାୟୋଟେକ୍ ଦ୍ବାରା ପ୍ରସ୍ତୁତ କୋଭାକ୍ସିନ ଟିକାର ଜରୁରୀକାଳୀନ ବ୍ୟବହାର ଅନୁମତି ନିମନ୍ତେ ସୁପାରିସ କରାଗଲା । ଏହି ଟିକା ସମ୍ପର୍କରେ କମ୍ପାନିକୁ ଅଧିକ ତଥ୍ୟ ମଗାଯାଇଥିଲା ଏବଂ ସବୁ ତଥ୍ୟର ସମୀକ୍ଷା ପରେ ହିଁ ଏହି ଟିକାକୁ ଅନୁମତି ସମ୍ପର୍କରେ ନିଷ୍ପତ୍ତି ନିଆଗଲା। ମିଳିଥିବା ରିପୋର୍ଟ ଅନୁସାରେ ଦେଶରେ ଖୁବ ଶୀଘ୍ର କୋଭାକ୍ସିନ୍‌ର ଡ୍ରାଏ ରନ୍ ଆରମ୍ଭ ହେବ । ଏହା ସହ ବିଶେଷଜ୍ଞ କମିଟି ସବୁଜ ସଙ୍କେତ ଦେବା ପରେ କରୋନାକୁ ମାତ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଶୁକ୍ରବାର ଅକ୍ସଫୋର୍ଡର କରୋନା ଭ୍ୟାକସିନ୍ କୋଭିସିଲ୍ଡକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଥିଲା । ଏବେ କେବଳ ଡ୍ରଗ୍ କ‌େ‌ଣ୍ଟ୍ରାଲର ଅଫ୍ ଇଣ୍ଡିଆ ଏହି ଦୁଇ ଭ୍ୟାକସିନ୍‌କୁ ଅନ୍ତିମ ଅନୁମତି ଦେବା ବାକି ରହିଛି ।ଭାରତ ସରକାର ପ୍ରଥମ ପର‌୍ୟ୍ୟାୟରେ ୩୦ କୋଟି ଲୋକଙ୍କୁ ଟିକା ଦେବାକୁ ଯୋଜନା କରୁଛନ୍ତି । ଏହି ୩୦ କୋଟି ଲୋକ ହେଉଛନ୍ତି ବିଭିନ୍ନ ଅଗ୍ରାଧିକାର ତଥା ଦୁର୍ବଳ ବର୍ଗର ଲୋକ ଯେପରିକି ସ୍ବାସ୍ଥ୍ୟକର୍ମୀ, ପୁଲିସ କର୍ମଚାରୀ,ବୟସ୍କ ବ୍ୟକ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.