ଦଶମ, ଦ୍ୱାଦଶ ପାଇଁ…ଶହେ ଦିନିଆ ସ୍କୁଲ
ଜାନୁଆରୀ ୮ ତାରିଖରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ରାଜ୍ୟରେ ସ୍କୁଲ ଖୋଲିବ । ଏପ୍ରିଲ ୨୬ ତାରିଖ ପର୍ୟ୍ୟନ୍ତ ପାଠ ପଢ଼ା ଚାଲିବ । ତେବେ ଗତ ୯ ମାସ ହେବ କରୋନା କଟକଣା ପାଇଁ ସ୍କୁଲ ବନ୍ଦ ଥିବାରୁ ୧୦୦ ଦିନ ପର୍ୟ୍ୟନ୍ତ ପାଠ ପଢ଼ା ହେବ । ଏପରି କି ରବିବାର-ଶନିବାର ମଧ୍ୟ ସ୍କୁଲରେ ପାଠ ପଢ଼ା ହେବ।
ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ହେଉଥିବା ବାର୍ଷିକ ପରୀକ୍ଷା ନିମନ୍ତେ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶିକ୍ଷାନୁଷ୍ଠାନ ଖୋଲିବା ନିମନ୍ତେ ନିଷ୍ପତ୍ତି ନେଇଛି । ମେ ୩ରୁ ୧୫ ତାରିଖ ଯାଏ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ । ସେହିପରି ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରାକ୍ଟିକାଲ ପରୀକ୍ଷା ଏପ୍ରିଲ୍ ୨୯ରୁ ମେ ୧୪ ତାରିଖ ପର୍ୟ୍ୟନ୍ତ ହେବ । ଦଶମ ଶ୍ରେଣୀ ପିଲାମାନଙ୍କର ପ୍ରାକ୍ଟିକାଲ ପରୀକ୍ଷାଗୁଡିକ ଏପ୍ରିଲ ୨୭ରୁ ମେ ୨ ତାରିଖ ଏବଂ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଏପ୍ରିଲ ୨୯ରୁ ମେ ୧୪ ତାରିଖ ପର୍ୟ୍ୟନ୍ତ ହେବ।
ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଇଁ ଶନିବାର ଓ ରବିବାରକୁ ମିଶାଇ ୧୦୦ ଦିନ ପାଠପଢ଼ା ହେବ । ପାଠପଢ଼ା ନିମନ୍ତେ ଏକ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇଛି । ଏହି ମାର୍ଗଦର୍ଶିକା ଅନୁସାରେ ସରକାରୀ ସାହାଯ୍ୟପ୍ରାପ୍ତ ଓ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିବ ।