ଏଥର ୮୦ ମାର୍କର ପରୀକ୍ଷା..
ମାଟ୍ରିକ ପରୀକ୍ଷା ନେଇ ତାରିଖ ଘୋଷଣା ହେବା ପରେ କେମିତି ହେବ ପରୀକ୍ଷା । କେତେ ମାର୍କର ହେବ ପରୀକ୍ଷା? ପ୍ରଶ୍ନପତ୍ରରେ ସବଜକେଟିଭ କେତେ ରହିବ, ଅବଜେକଟିଭ କେତେ ରହିବ?ଏଭଳି ଅନେକ ପ୍ରଶ୍ନକୁ ନେଇ ଦ୍ୱନ୍ଦ୍ୱରେ ଥିଲେ ଛାତ୍ରଛାତ୍ରୀ । ଏହି ଦ୍ୱନ୍ଦ୍ୱ ଉପରୁ ପରଦା ଉଠାଇଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ।ପ୍ରଶ୍ନପତ୍ରର ଢାଂଚା କେମିତି ହେବ ସେ ନେଇ ସ୍ପଷ୍ଟ କରିଛନ୍ତି ।
ଚଳିତ ବର୍ଷ ମାଟ୍ରିକ ଛାତ୍ରଛାତ୍ରୀମାନେ ମୋଟ ୮୦ ମାର୍କର ପରୀକ୍ଷା ଦେବେ । ଯେଉଁଥିରେ ଓଏମଆର ସିଟ୍ରେ ୫୦ ମାର୍କର ଅବଜେକଟିଭ ପରୀକ୍ଷା ହେବ । ଏଥିସହ ୩୦ ମାର୍କର ସବଜେକଟିଭ ପ୍ରଶ୍ନ ରହିବ । କିନ୍ତୁ ମୁଲ୍ୟାୟନ ହେବ ୧୦୦ ମାର୍କର । ୮୦ ମାର୍କରୁ ପରୀକ୍ଷାର୍ଥୀ ରଖିଥିବା ମାର୍କ ଅନୁଯାୟୀ ବଳକା ୨୦ ମାର୍କ ଆଭରେଜ ହିସାବରେ ଦିଆଯିବ । ସେହିପରି ପରୀକ୍ଷା ସରିବାର ୪୫ ରୁ ୫୦ ଦିନ ଭିତରେ ରେଜଲ୍ଟ ପ୍ରକାଶ ପାଇବ। ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ଏହି ସୂଚନା ଦେଇଛନ୍ତି ।
ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଆସନ୍ତା ମେ ୩ ତାରିଖରୁ ଆରମ୍ଭ ହେବ। ଏ ସଂକ୍ରାନ୍ତରେ ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ଶନିବାର ସଂଧ୍ୟାରେ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଥିଲା। ଆସନ୍ତା ୮ ତାରିଖରୁ ରାଜ୍ୟରେ ଖୋଲିବ ସ୍କୁଲ । ଦଶମ ଓ ଦ୍ବାଦଶ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀ ସ୍କୁଲକୁ ପାଠ ପଢିବାକୁ ଯିବେ । ୨୦-୨୧ ବର୍ଷ ପାଇଁ ୧୦୦ ଦିନିଆ ଶିକ୍ଷାବର୍ଷ ଲାଗି ନିଷ୍ପତ୍ତି ନିଆଯାଇଛି । ଶନିବାର ଓ ରବିବାର ମଧ୍ୟ ସ୍କୁଲରେ ପାଠ ପଢାଯିବ । ଦଶମ ପରୀକ୍ଷା ପାଇଁ ଜାନୁଆରୀ ୮ ତାରିଖରୁ ଏପ୍ରିଲ ୨୬ ତାରିଖ ପର୍ୟ୍ୟନ୍ତ ପାଠପଢାଯିବ ।