THE BYAPINI

୪୮ ଘଂଟାର ସମୟ ଦେଲୁ…

Get real time updates directly on you device, subscribe now.

ମାହାଙ୍ଗା ବିଜେପି ନେତା କୂଳମଣି ବରାଳଙ୍କ ହତ୍ୟା ମାମଲାକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ । ପରୀ ମୃତ୍ୟୁ ମାମଲା ପରେ ମାହାଙ୍ଗାର ପୂର୍ବତନ ବ୍ଲକ ଅଧ୍ୟକ୍ଷ କୁଳମଣି ବରାଳଙ୍କ ହତ୍ୟାକାଣ୍ଡ ବିରୋଧୀ ବିଜେପି ଓ କଂଗ୍ରେସ ପାଇଁ ବଡ଼ ପ୍ରସଙ୍ଗ ହୋଇଛି ରାଜ୍ୟ ସରକାରଙ୍କୁ ଘେରିବା ପାଇଁ । କୂଳମଣି ବରାଳଙ୍କ ହତ୍ୟା ମାମଲାରେ ଦୋଷୀଙ୍କ ଗିରଫ କରିବା ପାଇଁ ବିଜେପି ଦୁଇ ଦିନର ମହଲତ ଦେଇଛି । ନହେଲେ ଦଳ ଆନ୍ଦୋଳନକୁ ଓହ୍ଲାଇବ ବୋଲି ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।

ପରୀ ଘଟଣା ପରେ ଏବେ ମାହାଙ୍ଗା କୁଳମଣି ବରଳା ହତ୍ୟା ଘଟଣାକୁ ରାଜ୍ୟ ସରକାରଙ୍କ ବିରୋଧରେ ମୁଖ୍ୟ ଅସ୍ତ୍ର କରିିଛି ବିଜେପି । ୪୮ ଘଣ୍ଟା ପରେ ପୋଲିସ ହାତ ଖାଲି । ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟ ସିଂହ ବରାଳଙ୍କୁ କିଏ କାହିଁକି ହତ୍ୟା କଲେ ତା ଉପରୁ ପରଦା ଉଠାଇ ପାରିନି ପୋଲିସ । ଅଭିଯୁକ୍ତଙ୍କୁ ଧରିବାକୁ ୫ଟି ସ୍ବତନ୍ତ୍ର ଟିମ ଗଢି ତଦନ୍ତ ଚଳାଇଥିଲେ ବି ହତ୍ୟାକାରୀଙ୍କ ଟେର ମିଳିନାହିଁ। ସେପଟେ ରାଜନୈତିକ କାରଣରୁ ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ କରୁଥିବା ବିଜେପି ଆନ୍ଦୋଳନକୁ ଓହ୍ଲାଇଛି । ହତ୍ୟାକାଣ୍ଡକୁ ବିରୋଧ କରି ମାହାଙ୍ଗାରେ ବିଶାଳ ସମାବେଶ କରିଛି ବିଜେପି । କେବେଳ ଏତିକି ନୁହେଁ ରାଜ୍ୟବ୍ୟାପୀ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଛି ଦଳ । ହତ୍ୟା ପ୍ରତିବାଦରେ କାଲି ବିଜେପି ଯୁବ ମୋର୍ଚ୍ଚା ରାଜ୍ୟର ସବୁ ଥାନା ଘେରାଉ କରିବ । ୬ ତାରିଖରେ ସବୁ ଏସପି ଅଫିସ ଘେରିବା ସହ ୮ରେ ଡିଜି ଅଫିସ ଘେରିବ ବୋଲି କହିଛି ।

ସେପଟେ ଏଫଆଇଆରରେ ନାଁ ଥିବା ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି,ଦୋଷୀକୁ କଠୋର ଦଣ୍ଡ ମିଳିବା ଦରକାର । ସେପଟେ କଂଗ୍ରେସ ହତ୍ୟାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଧରିବାକୁ ଦାବି କରିଛି। ଏପଟେ କୁଳମଣି ବରାଳଙ୍କ ହତ୍ୟାକାଣ୍ଡକୁ ନେଇ ରାଜ୍ୟର ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଇଛନ୍ତି ଭୁବନେଶ୍ୱର ସାଂସଦ । ଏହାରି ଭିତରେ ୧୭ଟି ରାଜନୈତିକ ହତ୍ୟାକାଣ୍ଡ ହୋଇଥିବା ବେଳେ କେବେଳ ପଂଚାୟତ ନିର୍ବାଚନରେ ୧୪ଟି ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ ଆଣିଛନ୍ତି ଅପରାଜିତା ଷଡଙ୍ଗୀ । ଆଉ ବିଜେଡି ପାଲଟା ଆକ୍ରମଣ କରି କହିଛି । ବିଜେପି ଶାସିତ ରାଜ୍ୟରେ କଣ ଘଟୁଛି ତାହା ସମସ୍ତଙ୍କୁ ଜଣା । ହତ୍ୟାକାଣ୍ଡକୁ ନେଇ ରାଜନୀତି ତେଜୁଥିବା ବେଳେ ହତ୍ୟାକାରୀଙ୍କ ବାବଦରେ ସୁରାକ ନ ମିଳିବା ଏହାକୁ ଅଧିକ ଉଷ୍ମ କରିବାରେ ଲାଗିଛି।

Get real time updates directly on you device, subscribe now.

Leave A Reply

Your email address will not be published.