ମାହାଙ୍ଗା ମର୍ଡର: କ୍ରାଇମ୍ ସିନ୍ ରି-କ୍ରିଏସନ
ସାରା ରାଜ୍ୟର ନଜରରେ ଥିବା ମହାଙ୍ଗାର ଡବଲ୍ ମର୍ଡର ଘଟଣା କେମିତି ଘଟିଥିଲା, କେଉଁ ସବୁ ଅସ୍ତ୍ର ବ୍ୟବହାର ହୋଇଥିଲା ଏବଂ କିଭଳି ହତ୍ୟାକାଣ୍ଡକୁ ଚୁଡ଼ାନ୍ତ ରୂପ ଦିଆଯାଇଥିଲା?ଏହି ସବୁ ପ୍ରଶ୍ନର ଉତର ଖୋଜିିବା ପାଇଁ ଅଭିଯୁକ୍ତଙ୍କୁ ଧରି ଘଟଣାର ରିକ୍ରିଏସନ କରିଛି ପୁଲିସ୍ । ମାହାଙ୍ଗା ଡବଲ ମର୍ଡର ଘଟଣାର ପୁଲିସ ପର୍ଦ୍ଦାଫାଶ କରିଥିବା ବେଳେ ୪ ଜଣଙ୍କୁ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତକୁ ପୁଲିସ ନେଇ କ୍ରାଇମ୍ ସିନ ରିକ୍ରିଏସନ୍ କରିଛି ।
ହତ୍ୟାଘଟଣାର ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ସେଠୀଙ୍କ ସମେତ ଅରବିନ୍ଦ ଖଟୁଆ, କ୍ଷୀତିଶ ଆଚାର୍ୟ୍ୟ ଓ ଲଲିତ ମୋହନ ବରାଳଙ୍କୁ ଗିରଫ କରିଛି କଟକ ଗ୍ରାମାଞ୍ଚଳ ପୁଲିସର ପାଞ୍ଚ ଜଣିଆ ଟିମ୍। ଏହି ହତ୍ୟାକାଣ୍ତରେ ଆଉ କେଉଁ ମାନେ ସମ୍ପୃକ୍ତ ରହିଛନ୍ତି ତାହାର ତଦନ୍ତ ଜାରି ରହିଥିବା ଗ୍ରାମାଞ୍ଚଳ ଏସ୍ପି ବି. ଯୁଗଳ କିଶୋର ସୂଚନା ଦେଇଛନ୍ତି। ଏଥିସହ କେମିତି ହତ୍ୟା କରାଯାଇଥିଲା ତାହାର ଡେମୋ ଦେଖାଇଛନ୍ତି ଅପରାଧୀ । ହତ୍ୟାକାଣ୍ତସ୍ଥଳରେ ସ୍କ୍ରିନ୍ ରିକ୍ରିଏସନ୍ କରାଯାଇଥିବା ବେଳେ ଘଟଣାସ୍ଥଳରୁ ବଡ଼ ଖଣ୍ତା ଜବତ କରିଛି ପୁଲିସ। ହତ୍ୟାକାଣ୍ଡରେ ବ୍ୟବହୃତ ହାଇଥିବା ଖଣ୍ଡା, ଲାଠି, ୨ଟି ବାଇକ୍, ୪ଟି ମୋବାଇଲକୁ ଜବତ କରିଛି ପୁଲିସ୍ ।
ବିଜେପି ନେତା ଓ ତାଙ୍କ ସହଯୋଗୀଙ୍କୁ ହତ୍ୟା ପଛରେ ରାଜନୈତିକ ଅଭିସନ୍ଧି ଥିବା ଅଭିଯୋଗ ଓ ସ୍ଥାନୀୟ ବିଧାୟକଙ୍କ ସଂପୃକ୍ତି ଅଭିଯୋଗ କରି ଦୁଇ ଦିନ ହେଲା ରାସ୍ତାକୁ ଓହ୍ଲାଇଛନ୍ତି ବିରୋଧୀ । ନ୍ତ୍ରୀଙ୍କ ବହିଷ୍କାର ଏବଂ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଦାବି କରି ଆନ୍ଦୋଳନକୁ ଓହ୍ଲାଇଛି ଭାରତୀୟ ଜନତା ପାର୍ଟ । ଦଳର ଯୁବମୋର୍ଚ୍ଚା ପକ୍ଷରୁ ରାଜ୍ୟର ବିଭିନ୍ନ ଥାନା ଆଗରେ ବିକ୍ଷୋଭ କରାଯାଇଛି । ଭୁବନେଶ୍ୱର ଓ କଟକରେ ଦଳ ପକ୍ଷରୁ ବିଶାଳ ରାଲି କରାଯାଇ, ହତ୍ୟାକାଣ୍ଡ ପାଇଁ ଶାସକ ଦଳର ନେତାଙ୍କୁ ଦାୟୀ କରିଥିବା ବେଳେ ବିଜେଡି କହିଛି-ରାଜନୀତି କରୁଛି ବିଜେପି ।
ଗତ ୨ତାରିଖ ରାତିରେ କୁଳମଣି ଓ ଦିବ୍ୟସିଂହ ବାଇକ୍ରେ ଜଙ୍କୋଟି ଗାଁରୁ ମୃତାଙ୍ଗ ଫେରୁଥିବା ବେଳେ ୧୦- ୧୨ଜଣ ଦୁର୍ବୃତ୍ତ ସେମାନଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥଲେ । କୁଳମଣି ଘଟଣାସ୍ଥଲରେ ଓ ଦିବ୍ୟସିଂହ କଟକ ବଡ଼ ମେଡିକାଲରେ ପ୍ରାଣ ହରାଇଥିଲେ ।ହତ୍ୟାକାଣ୍ଡର ୪୮ ଘଣ୍ଟାରେ ପୋଲିସ ୪ ଜଣଙ୍କୁ ଗିପଫ କରିଛି ସତ, ହେଲେ ଏଥିରେ ଆଉ କେଉଁମାନେ ସଂପୃକ୍ତ ଓ ହତ୍ୟାକାଣ୍ଡ କଣ ପାଇଁ ଘଟିଲା ତା ଉପରୁ ପରଦା ଉଠିପାରିନାହିଁ।