THE BYAPINI

ପୁଣେରୁ ଆସିବ ଟିକା

Get real time updates directly on you device, subscribe now.

ଦେଶକୁ କିଛି ଦିନ ଭିତରେ ମିଳିବ କରୋନା ଭ୍ୟାକସିନ । ଦେଶରେ ଖୁବଶୀଘ୍ର ଆରମ୍ଭ ହେବ ଟିକାକରଣ । ତେବେ ତା ପୂର୍ବରୁ ଦେଶର ସବୁ ଜିଲ୍ଲାରେ ଆଜି ପୁଣିଥରେ ଟିକାକରଣର ବଡ ଡ୍ରାଏ ରନ ହୋଇଛି । ଦେଶର ୭୩୬ ଜିଲ୍ଲାରେ ଟିକାକରଣର ରହର୍ସଲ ହୋଇଛି। କରୋନା ଟିକାକରଣ ବେଳେ କେଉଁ କେଉଁ ଦିଗ ପ୍ରତି ଅଧିକ ସର୍ତକତା ମୂଳକ ବ୍ୟବସ୍ଥା ଗ୍ରହଣ କରାଯିବ ତାହା ଏହି ଡ୍ରାଏରନ୍ ବେଳେ ତଦାରଖ କରାଯାଉଛି । ଟିକାକରଣ ବେଳେ ସଂରକ୍ଷଣ ଓ ଟିକା ପ୍ରଦାନକୁ ସଠିକ ଭାବରେ ଯାଞ୍ଚ କରାଯିବା ବ୍ୟବସ୍ଥା ଗ୍ରହଣ କରାଯିବ ।

ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ଚେନ୍ନାଇରେ ଡ୍ରାଏନ ରନର ସ୍ଥିତି ପରଖିଛନ୍ତି ।ରାଜୀବ ଗାନ୍ଧୀ ସରକାରୀ ଡାକ୍ତରଖାନାରେ ପହଂଚି ହର୍ଷବର୍ଦ୍ଧନ ଡ୍ରାଏ ରନର ତଦାରଖ କରିଛନ୍ତି । ଏହାସହ ସେ କହିଛନ୍ତି ଖୁବ୍ଶୀଘ୍ର ଟିକା ଆସିବ । ପୁଣେରୁ ଓଡିଶା ଆସିବ କରୋନା ଟିକା । ଗୁଜରାଟ, ପଂଜାବ, ଆସାମ ଓ ଆନ୍ଧ୍ରପ୍ରଦେଶରେ ହୋଇଥିବା ଅଭ୍ୟାସରେ ବଡ ରେଜଲ୍ଟ ସାମ୍ନାକୁ ଆସିଛି । ଏହାପରେ ସବୁ ରାଜ୍ୟରେ ଡ୍ରାଏ ରନ କରିବାକୁ କେନ୍ଦ୍ର ସରକାର ନିଷ୍ପତି ନେଇଥିଲେ ।

ରାଜ୍ୟର ୩୧ଟି ସ୍ଥାନରେ ପ୍ରଥମ ପର୍ୟ୍ୟାୟ ଡ୍ରାଏ ରନ୍ ସରିଛି । ତେବେ ଟିକାକରଣ ବେଳେ ଯେପରି କିଛି ଅସୁବିଧା ନହେବ, ସେ ନେଇ ଫୋକସ କରିଛି ସ୍ୱାସ୍ଥ୍ୟ ବିଭାଗ । ଜାନୁଆରୀ ଦ୍ୱିତୀୟ ସପ୍ତାହରୁ ସାରା ଦେଶରେ କରୋନା ଟିକା ଦେବାକୁ ଥିବା ବେଳେ, ସାଧାରଣ ଲୋକ କେବେ ଟିକା ପାଇବେ ତା ଉପରେ ରହିଛି ସମସ୍ତଙ୍କ ନଜର ।

Get real time updates directly on you device, subscribe now.

Leave A Reply

Your email address will not be published.